ଓଡିଶା

odisha

ETV Bharat / city

ଧାମନଗର ଉପନିର୍ବାଚନ: କାହାକୁ ପ୍ରାର୍ଥୀ କରିବ କଂଗ୍ରେସ, ଅଙ୍କ କଷୁଛନ୍ତି ବରିଷ୍ଠ ନେତା

ପ୍ରାର୍ଥୀ ଚୟନକୁ ନେଇ ଚଳଚଞ୍ଚଳ ରାଜ୍ୟ କଂଗ୍ରେସ ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଚଳଚଞ୍ଚଳ ରାଜ୍ୟ ରାଜନୀତି । ଶାସକ ଦଳ ହେଉ ବା ବିରୋଧୀ ବିଜେପି କି କଂଗ୍ରେସ । ସମସ୍ତେ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅଧିକ ପଢନ୍ତୁ

By

Published : Oct 6, 2022, 10:48 PM IST

ଧାମନଗର ଉପନିର୍ବାଚନ, କାହାକୁ ପ୍ରାର୍ଥୀ କରିବ କଂଗ୍ରେସ, ଅଙ୍କକଷୁଛନ୍ତି ବରିଷ୍ଠ ନେତା
ଧାମନଗର ଉପନିର୍ବାଚନ, କାହାକୁ ପ୍ରାର୍ଥୀ କରିବ କଂଗ୍ରେସ, ଅଙ୍କକଷୁଛନ୍ତି ବରିଷ୍ଠ ନେତା

ଭୁବନେଶ୍ବର: ପ୍ରାର୍ଥୀ ଚୟନକୁ ନେଇ ଚଳଚଞ୍ଚଳ ରାଜ୍ୟ କଂଗ୍ରେସ ରାଜନୀତି। ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଚଳଚଞ୍ଚଳ ରାଜ୍ୟ ରାଜନୀତି। ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଜୋରଦାର କସରତ । ଶାସକ ଦଳ ହେଉ ବା ବିରୋଧୀ ବିଜେପି କଂଗ୍ରେସ ସମସ୍ତେ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଶେଷକରି କେଉଁ ଆଧାରରେ ପ୍ରାର୍ଥୀ ଚୟନ କରାଯିବ ସେ ନେଇ ହାଇକମାଣ୍ଡ ପ୍ରାୟ ସବୁ ଦଳର ତୁଙ୍ଗ ନେତା ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଶାସକ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପ୍ରାର୍ଥୀ ଚୟନ କାରଣ ଶାସକ ଦଳ ପକ୍ଷରୁ ଟିକେଟ ପାଇଲେ ଜିତିବା ସମ୍ଭାବନା ଖୁବ ଅଧିକ।

କାହାକୁ ପ୍ରାର୍ଥୀ କରିବ କଂଗ୍ରେସ

ସେହିପରି ଧାମନଗରରେ ପୂର୍ବରୁ ବିଜେପି କ୍ଷମତା ରେ ଥିବାରୁ ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛି। ବିଷ୍ଣୁଙ୍କ ପୁଅ ପ୍ରାର୍ଥୀ ହେଲେ ଲୋକଙ୍କ ଅନୁକମ୍ପା ଜିତିବାର ସହାୟକ ହେବା ସ୍ୱାଭାବିକ । ହେଲେ ଉପନିର୍ବାଚନ ସମୟରେ ପୂର୍ବ ଆଧାରିତ ଯାହା ତଥ୍ୟ ରହିଛି ବିଜେଡି ନିର୍ବାଚନରେ ମାଇକ୍ରୋ ମ୍ୟାନେଜମେଣ୍ଟ ଏତେ ଶକ୍ତ ଯେ ନିର୍ବାଚନକୁ ହାତକୁ ନେବାକୁ ବିଜେଡି ସମର୍ଥ ବୋଲି ପ୍ରମାଣିତ କରିସାରିଛି।

ସେହିଭଳି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ। ପିସିସି ସଭାପତି ଶରତ ପଟ୍ଟନାୟକ ଏକ 5 ଜଣିଆ ଟିମ ଗଠନ କରିଛନ୍ତି । ତୃଣମୂଳ ସ୍ତରରୁ ଯାଇ ପ୍ରାର୍ଥୀ ଚୟନ ଉପରେ ଏକ ରିପୋର୍ଟ ପ୍ରଦାନ କରିବ ଏହି ଟିମ। ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଆନୁଗତ୍ୟ, ଶୃଙ୍ଖଳା ନା ଜିତିବାର ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । କଂଗ୍ରେସ କହିଛି ଜିତିବା ଉପରେ ଗୁରୁତ୍ୱ ଦିଆଯାଇଛି।ଯେଉଁ ପ୍ରାର୍ଥୀ ଭଲ, ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସହ ରହିଛି ସେଭଳି ପ୍ରାର୍ଥୀକୁ ଟିକେଟ ଦିଆଯିବା ଦରକାର। ଜିଲ୍ଲା ଏବଂ ବ୍ଲକ ସ୍ତରର ନେତା ମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନଙ୍କ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବେ ସେହି ଆଧାରରେ ପ୍ରାର୍ଥୀ ଦେଖାଯିବ। ତେବେ ପ୍ରାର୍ଥୀର ଜିତିବା ସମ୍ଭାବନା ଅଧିକ ଥିଲେ ତାକୁ ଚୟନ ପ୍ରକ୍ରିୟା ରେ ସାମିଲ କରାଯିବ ବୋଲି 5 ଜଣିଆ ଟିମର ଅନ୍ୟତମ ସଦସ୍ୟ ଜୟଦେବ ଜେନା କହିଛନ୍ତି ।

ତେବେ 14 ତାରିଖ ପୂର୍ବରୁ ଚୟନ ପ୍ରକ୍ରିୟା ସାରିବାକୁ ପଡିବ । ସେପଟେ ସମାନ କଥା ଦୋହରାଇଛନ୍ତି ଟିମର ଆଉ ଜଣେ ସଦସ୍ୟ ଶରତ ରାଉତ । କମିଟି ବସି ନିଷ୍ପତ୍ତି କରିବ ପ୍ରାର୍ଥୀ କେମିତି ହେବ। ଲୋକେ ଉଭୟ ବିଜେଡି ବିଜେପି ବିଷୟରେ ଜାଣିସରିଛନ୍ତି। ଦଳ ଭିତରେ ସମସ୍ତେ ଏକାଠି ହୋଇ କାମ କରିବାର ଆବଶ୍ୟକତା ରହିଛି। ନିରଞ୍ଜନ ପଟ୍ଟନାୟକ ଯେବେ ଡାକିବେ ସେବେ ବୈଠକ ଅନୁଷ୍ଠିତ ହେବ ବୋଲି ଶରତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details