ଭୁବନେଶ୍ବର:ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ମାମଲାକୁ ଗୁରୁତ୍ବର ସହ ଦର୍ଶାଇବା ସହ ଏଥିରେ ତିନୋଟି ଜିଲ୍ଲାର ଲିଙ୍କ ଥିବାରୁ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ପୋଲିସ ଡିଜି । ଏପରି ଏକ ହତ୍ୟାକାଣ୍ଡରେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଗିରଫ ହେବା ପରେ ଏହା ଏକ ହାଇ ପ୍ରୋଫାଇଲ୍ କେସ ବୋଲି ସନ୍ଦେହ କରାଯାଉଛି । ସେପଟେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର୍ ଥିବାବେଳେ ତଦନ୍ତରେ ଲାଗିଥିଲେ ୩ ଜିଲ୍ଲାର ପୋଲିସ ।