ଭୁବନେଶ୍ବର: ଶାରଦୀୟ ପୂଜା ଅବସରରେ ଡିଜିପିଙ୍କ ଆଲର୍ଟ । ପୂଜାକୁ ନେଇ ଡିଜିପି ଅଭୟ କହିଛନ୍ତି ଯେ, 'ପୋଲିସ ସବୁବେଳେ ଲୋକଙ୍କ ପାଇଁ ରହିଛି । ଆଇନ କାନୁନ ବ୍ୟବସ୍ଥା ସହ ଏନଫୋର୍ସମେଣ୍ଟ ପାଇଁ ଆଲର୍ଟ ରହିଛି । ଓଡ଼ିଶାବାସୀ ପୋଲିସକୁ ସହଯୋଗ କରିଆସିଛନ୍ତି । ଜନସାଧାରଣଙ୍କ ସହଯୋଗ ପାଇଁ ପୋଲିସ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି' ।
ପୂଜା ପାଇଁ ଡିଜିପିଙ୍କ ଆଲର୍ଟ: ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ
ଚାଲିଛି ନବରାତ୍ରୀ ପୂଜା । ଏହି ସମୟରେ କୋଭିଡ ନିୟମ ମାନିବାକୁ ଜନସାଧାରଣଙ୍କୁ ଆଲର୍ଟ କଲେ ଡିଜିପି ଅଭୟ । ଅଧିକ ପଢନ୍ତୁ...
ପୂଜା ପାଇଁ ଡିଜିପିଙ୍କ ଆଲର୍ଟ
ସେ ଆହୁରି କହିଛନ୍ତି, 'ଏଯାବତ କୌଣସି ସମସ୍ୟା ଉପୁଜିନାହିଁ । ଶାନ୍ତିଶୃଙ୍ଖଳା ସହ ପୂଜା ଚାଲିଛି । ତେଣୁ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ, ପୂଜା ସମୟରେ ଭିଡ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ । ସୋସିଆଲ ଡିଷ୍ଟାନ୍ସ ମାନନ୍ତୁ ଏବଂ ସର୍ବଦା ମାସ୍କ ପିନ୍ଧନ୍ତୁ' ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ