ଓଡିଶା

odisha

ETV Bharat / city

ଓଡ଼ିଶାରେ ଅଧିକ ରାଜ୍ୟ ବାହାର ମାଓବାଦୀ, ମାଓ ମୁକାବିଲା ପାଇଁ ଏଥର ନୂଆ ଷ୍ଟ୍ରାଟେଜି - odisha mao

ବିଗତ ୧୦ ବର୍ଷରେ ରାଜ୍ୟରେ ଅଧିକାଂଶ ଅଛନ୍ତି ରାଜ୍ୟ ବାହାର ମାଓବାଦୀ । ଆତ୍ମସମର୍ପଣର ଟ୍ରେଣ୍ଡରୁ ଜଣା ପଡିଛି ୨୦୧୦ରୁ ୨୦୨୦ ଓ ୨୧ ପର୍ଯନ୍ତ ଅଧିକ ମାଓବାଦୀ ରାଜ୍ୟ ବାହାରର। ଅଧିକ ପଢନ୍ତୁ...

ଓଡ଼ିଶାରେ ଅଧିକ ରାଜ୍ୟ ବାହାର ମାଓବାଦୀ, ମାଓ ମୁକାବିଲା ପାଇଁ ଏଥର ନୂଆ ଷ୍ଟ୍ରାଟେଜି
ଓଡ଼ିଶାରେ ଅଧିକ ରାଜ୍ୟ ବାହାର ମାଓବାଦୀ, ମାଓ ମୁକାବିଲା ପାଇଁ ଏଥର ନୂଆ ଷ୍ଟ୍ରାଟେଜି

By

Published : Aug 8, 2021, 10:04 AM IST

Updated : Aug 8, 2021, 3:51 PM IST

ଭୁବନେଶ୍ବର/ଭବାନୀପାଟଣା:ବିଗତ ୧୦ବର୍ଷରେ ରାଜ୍ୟରେ ଅଛନ୍ତି ଅଧିକାଂଶ ରାଜ୍ୟ ବାହାର ମାଓବାଦୀ । ଆତ୍ମସମର୍ପଣର ଟ୍ରେଣ୍ଡରୁ ଜଣାପଡିଛି ୨୦୧୦ରୁ୨୦୨୦ଓ ୨୧ରେ ପର୍ଯନ୍ତ ଅଧିକ ମାଓବାଦୀ ରାଜ୍ୟ ବାହାରର । ତେବେ ଭାଷାଗତ ସମସ୍ଯା ଓ ମାଓବାଦୀଙ୍କ ଅତ୍ୟାଚାରରୁ ଅତିଷ୍ଠ ହୋଇ ମାଓବାଦୀ ଆମ୍ମସମର୍ପଣ କରୁଛନ୍ତି । ସେମାନଙ୍କର ରାଙ୍କ ଅନୁସାରେ ବା ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଅନୁସାରେ ତାଙ୍କୁ ରିହାବିଲେସନ ସ୍କିମରଜ ସହାୟତା ରାଶି ମିଳୁଛି ।

ଅର୍ଥାତ ବଡ ରାଙ୍କର ଯେପରିକି ଏସିଏମ ଆଦି ରାଙ୍କର ମାଓବାଦୀ ଆତ୍ମସମର୍ପଣ କଲେ । ସେହି ଅନୁସାରେ ଥଇଥାନ ପ୍ରକ୍ରିୟାରେ ସହାୟତା ଦିଆଯାଇ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରାଯାଉଛି । ଯଦି ଦେଖିବା ୨୦୧୬ ୩୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ,୨୦୧୭ରେ ୨୬ଜଣ ୨୦୧୮ରେ ୨୭ଜଣ ,୨୦୧୯ରେ ୧୩ଜଣ ଓ ୨୦୨୦ରେ ୨୧ଜଣ ଆତ୍ମସମର୍ପଣ କରିଛନ୍ତି । ଯେଉଁଥିରେ ଅଧିକାଂଶ ମାଓବାଦୀ ରାଜ୍ୟ ବାହାରର ଥିବା ଜଣାପଡିଛି।

ଓଡ଼ିଶାରେ ଅଧିକ ରାଜ୍ୟ ବାହାର ମାଓବାଦୀ, ମାଓ ମୁକାବିଲା ପାଇଁ ଏଥର ନୂଆ ଷ୍ଟ୍ରାଟେଜି

ଶନିବାର କଳାହାଣ୍ଡି ଓ ବଲାଙ୍ଗୀର ଗସ୍ତକରି ମାଓ ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଖପ୍ରାଖୋଲ ,ଭବାନୀପାଟଣା,ହରିଶଙ୍କର ଓ ବଲାଙ୍ଗର ଆଦି ଅଞ୍ଚଳରେ ମଧ୍ଯ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି । ଭବାନୀପାଟଣାରେ ଏକ ଜିଲ୍ଲାସ୍ତରୀୟ ଗୁଇନ୍ଦା କେନ୍ଦ୍ରର ଉଦଘାଟନ କରିଛନ୍ତି । ଯାହାକି ମାଓବାଦୀ ଗତିବିଧି ଉପରେ ନଜର ରଖିବାରେ କାମ କରିବ । ତେବେ ବିଗତ ସପ୍ତାହ ମଧ୍ୟରେ ଅନେକ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଓଡ଼ିଶାରେ ଅଧିକ ରାଜ୍ୟ ବାହାର ମାଓବାଦୀ, ମାଓ ମୁକାବିଲା ପାଇଁ ଏଥର ନୂଆ ଷ୍ଟ୍ରାଟେଜି

ସେପଟେ, ପୋଲିସ ଡିଜିଙ୍କ କଳାହାଣ୍ତି ଗସ୍ତକୁ ନେଇ ନିଜର ସ୍ଥିତି ଜାହିର କରିଥିଲେ ମାଓବାଦୀ । ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ତ୍ରିଲୋଚନପୁର ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ କୁମ୍ବିଂ ଅପରେସନବେ ଳେ ଏସବୁ ମାଓ ସାମଗ୍ରୀ ଜବତ ହୋଇଛି । ସନ୍ଧାନୀ କୁକୁର ସହାୟତାରେ କୁମ୍ବିଂ ଅପରେସନ ବେଳେ ତାଡିଝୋଲା ଗାଁ ନିକଟ ଏକ ଗୁମ୍ଫାରେ କିଛି ମାଓ ସାମଗ୍ରୀ ରଖାଯାଇଥିବା ଜଣାପଡିଥିଲା ।

ସର୍ଚ୍ଚ ଅପରେସନ ବେଳେ ଗୁମ୍ଫାରୁ ମାଓ ବ୍ୟାନର ସହିତ ୨ ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଜୀବନ୍ତ ଗୁଳି, ଜିଲୋଟିନ, ୩ଟି ଟିଫିନ ବୋମା, ୧୨ ରୁ ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର ଓ ୩ଟି ଟର୍ଚ୍ଚ ଲାଇଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଜବତ ହୋଇଥିବା ମାଓ ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହୀଦ ସପ୍ତାହ ପାଳନ କରନ୍ତୁ ବୋଲି ଆହ୍ଵାନ ଦିଆଯାଇଛି । ଅନ୍ୟାୟ ଓ ଦୁର୍ନୀତି ସମାପ୍ତ କରି ଏକ ସୁସ୍ଥ ସମାଜ ଗଠନ ସହ ଜନଯୁଦ୍ଧ ଜୋରଦାର କରନ୍ତୁ ବୋଲି ମଧ୍ୟ ପୋଷ୍ଟରେ ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ପ୍ରତିଷ୍ଠାତା ଚାରୁମଜୁମଦାର, କହ୍ନାଇ ଚାଟାର୍ଜୀ ସହିତ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସହ ଶେଷରେ ସିପିଆଇ ମାଓବାଦୀ ବାଂସ-ଘୁମୁସର ନାଗାବଳୀ ଡିଭିଜନାଲ କମିଟି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ଭୁବନେଶ୍ବର ତାପସ ପରିଡା ଓ କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Aug 8, 2021, 3:51 PM IST

ABOUT THE AUTHOR

...view details