ଓଡିଶା

odisha

By

Published : Dec 5, 2020, 1:05 PM IST

ETV Bharat / city

ପରୀ ଓ ପାଠକ ମାମଲା: ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ପୋଲିସ ଡିଜି ଅଭୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା ଓ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ । ଅଧିକ ପଢନ୍ତୁ...

ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ପରୀ ହତ୍ୟାକାଣ୍ଡ ଓ ପାଠକ ବାପା ପୁଅ ମାମଲାକୁ ନେଇ ପୋଲିସ ଡିଜି ଅଭୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପରୀ ଘଟଣାରେ ତଦନ୍ତ କରୁଥିବା SIT ଟିମ୍‌ର ମୁଖ୍ୟ ଅରୁଣ ବୋଥ୍ରା ଓ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହିଛନ୍ତି ।

ଡିଜିଙ୍କ କ୍ୟାମ୍ପ ଅଫିସରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯେଉଁଥିରେ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଏହି ବୈଠକରେ ପରୀ ଓ ପାଠକ ପ୍ରସଙ୍ଗରେ ଆଲୋଚନା ହେଉଥିବା ସୂଚନା ମିଳିଛି ।

ସୂଚନାଥାଉକି, ପରୀ ମୃତ୍ୟୁ ମାମଲାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଏହାକୁ SIT ତଦନ୍ତ କରୁଛି । ସେହିପରି ଆଇଏଫଏସ ଅଫିସର ଅଭୟ ପାଠକ ବାପା-ପୁଅଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତଦନ୍ତ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details