ଭୁବନେଶ୍ବର: ପୁନଃ କାର୍ଯ୍ୟରେ ଯୋଗଦେଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ପତ୍ନୀଙ୍କ ବିୟୋଗ ଯୋଗୁଁ ଗତ ୮ ତାରିଖରୁ ଛୁଟିରେ ଥିଲେ ଡିଜି । ତେବେ ରବିବାର ସେ ପୁନଃ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
କାର୍ଯ୍ୟରେ ପୁନଃ ଯୋଗଦେଲେ ଡିଜି ଆର.ପି ଶର୍ମା - OFFICE
ପୁନଃ କାର୍ଯ୍ୟରେ ଯୋଗଦେଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ପତ୍ନୀଙ୍କ ବିୟୋଗ ଯୋଗୁ ଗତ ୮ ତାରିଖରୁ ଛୁଟିରେ ଥିଲେ ଡିଜି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
ସୂଚନା ଅନୁଯାୟୀ, ପତ୍ନୀଙ୍କ ବିୟୋଗ ଯୋଗୁଁ ଗତ ୮ ତାରିଖରୁ ଛୁଟିରେ ଥିଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ଡିଜିଙ୍କ ଛୁଟି ପରେ ନିର୍ବାଚନ ପରିଚାଳନା ଦୃଷ୍ଟିରୁ ଡିଜିଙ୍କ ଦାୟିତ୍ବରେ ଥିଲେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା । ତେବେ ରବିବାର ସନ୍ଧ୍ୟାରେ ଗୃହ ବିଭାଗକୁ ଚିଠି ଜରିଆରେ ଅବଗତ କରି କାର୍ଯ୍ୟରେ ପୁନଃ ଯୋଗଦେବା ନେଇ ଜଣାଇଥିଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ