ଓଡିଶା

odisha

ETV Bharat / city

Elephant Skeleton in Badamba Forest: ୫ ନିଲମ୍ବିତ ହେଲେଣି, ତଦନ୍ତ ପରିସରଭୁକ୍ତ ହେବେ DFO - ବଡମ୍ବା ଜଙ୍ଗଲରୁ ହାତୀଙ୍କ କଙ୍କାଳ ମିଳିବା ଘଟଣା

ବଡମ୍ବା ଜଙ୍ଗଲରୁ ଦୁଇ ହାତୀଙ୍କ କଙ୍କାଳ ମିଳିବା ଘଟଣାକୁ ନେଇ ବନବିଭାଗ ତତ୍ପରତା ଦେଖାଇଛି । ଏହି ଘଟଣାରେ ୫ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ DFO ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

Elephant Skeleton in Badamba Forest: ୫ ନିଲମ୍ବିତ ହେଲେଣି, ତଦନ୍ତ ପରିସରଭୁକ୍ତ ହେବେ DFO
Elephant Skeleton in Badamba Forest: ୫ ନିଲମ୍ବିତ ହେଲେଣି, ତଦନ୍ତ ପରିସରଭୁକ୍ତ ହେବେ DFO

By

Published : Jun 13, 2022, 9:55 PM IST

ଭୁବନେଶ୍ବର:ବଡମ୍ବା ଜଙ୍ଗଲରୁ ଦୁଇ ହାତୀଙ୍କ କଙ୍କାଳ ମିଳିବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହାତୀ ମୃତ୍ୟୁ ଘଟଣା ଲୁଚାଇବା ଉଦ୍ୟମ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୫ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏହି ମାମଲାରେ DFOଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ।

Elephant Skeleton in Badamba Forest: ୫ ନିଲମ୍ବିତ ହେଲେଣି, ତଦନ୍ତ ପରିସରଭୁକ୍ତ ହେବେ DFO

ଏହା ବି ପଢ଼ନ୍ତୁବଡ଼ମ୍ବା ହାତୀ ମୃତ୍ୟୁକୁ ନେଇ STFର ତନାଘନା

ଶିକାରୀଙ୍କ ସହ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିଛି । ଏହି ଘଟଣା ଯେକୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ନରସିଂହପୁରରେ ହାତୀକୁ ୬ ରାଉଣ୍ଡ ଗୁଳି ମାରିବା ଘଟଣାକୁ ନେଇ ଏକ ତଦନ୍ତ ଟିମ୍‌ ଗଠନ ହୋଇଛି । ଆଠଗଡ଼ DFOଙ୍କ ନେତୃତ୍ବରେ ଗଠିତ ୪ ଜଣିଆ ଟିମ୍‌ ହାତୀକୁ ଗୁଳି ମାରିଥିବା ଅଭିଯୁକ୍ତକୁ ଖୋଜା ଚଳାଇଛି । ସେପଟେ ହାତୀଟିର ଅବସ୍ଥା ସ୍ଥିର ରହିଛି । ଧୀରେ ଧୀରେ ସୁସ୍ଥ ହେବ ବୋଲି କହିଛନ୍ତି ପିସିସିଏଫ ଶଶୀ ପଲ ।

ABOUT THE AUTHOR

...view details