ଓଡିଶା

odisha

ପବିତ୍ର ଜନ୍ମାଷ୍ଟମୀ, ଭୁବନେଶ୍ବର ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

By

Published : Aug 18, 2022, 4:25 PM IST

Updated : Aug 18, 2022, 5:11 PM IST

ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ଚଳଚଞ୍ଚଳ ଭୁବନେଶ୍ବର ଇସ୍କନ ମନ୍ଦିର । ପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ

ଭୁବନେଶ୍ବର ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ଭୁବନେଶ୍ବର ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ବର:ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଆଜି ମଧ୍ୟରାତ୍ରରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ ।ଦେଶବ୍ୟାପି ଏ ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଛି । ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଏହି ପୂଣ୍ଯ ତିଥିରେ ଭୁବନେଶ୍ବରର ଇସ୍କନ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହେଉଛି । ଇସ୍କନରେ ଭୋରରୁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ସାଧାରଣ ଦର୍ଶନ କରୁଛନ୍ତି ଭକ୍ତ ।

ଭୁବନେଶ୍ବର ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ସକାଳୁ ସକାଳୁ ଇସ୍କନ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ହାତରେ ପୂଜା ଥାଳି ନେଇ ଭଗବାନଙ୍କ ଦର୍ଶନ କରୁଛନ୍ତି । କିଏ ପ୍ରଭୁଙ୍କୁ ହାତଟେକି ମୁଣ୍ଡିଆ ମାରୁଛି ତ ଆଉ କିଏ ହରେକୃଷ୍ଣର ତାଳେ ତାଳେ ପ୍ରଭୁଙ୍କୁ ଦୁଇହାତ ଟେକି ନାଚିଯାଉଛି। ତେଣୁ ପୂରା ପରିବେଶ ଭକ୍ତିମୟ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ବେଶ ପରମାନନ୍ଦ ଲାଭ କରୁଛନ୍ତି ।

ଅନ୍ଯପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ କରାଯାଇଛି । ତେବେ ଅସରାଏ ବର୍ଷା ହେଲେ ମନ୍ଦିରରେ ପାଣି ଜମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ଯାରିକେଡ କରାଯିବା ସହ ପାଣି ପମ୍ପ ମହଜୁଦ ରଖାଯାଇଛି । ବିଗତ ଦୁଇ ବର୍ଷ କୋରୋନା ଭିତରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ଦର୍ଶନ ବନ୍ଦ ଥିବାବେଳେ, ଚଳିତ ବର୍ଷ ପ୍ରବଳ ଭିଡ ଜମିଛି। ଭିଡ ସତ୍ତ୍ବେ ବି ଶ୍ରଦ୍ଧାଳୁ ଦର୍ଶନ କରି ଆନନ୍ଦିତ ହେଉଛନ୍ତି । ତିନି ଦିନ ଧରି ଏଠାରେ ଉତ୍ସବ ଥିବା ବେଳେ ଶୁକ୍ରବାର ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମ ଉତ୍ସବ ପାଳନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 18, 2022, 5:11 PM IST

ABOUT THE AUTHOR

...view details