ଓଡିଶା

odisha

ETV Bharat / city

ନୂଆବର୍ଷରେ ମନ୍ଦିରରେ ପ୍ରବଳ ଗହଳି - ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତଙ୍କ ଭିଡ

ନୂଆବର୍ଷ 2020କୁ ଖୁବ ଆନନ୍ଦ ଉଲ୍ଲାସର ସହ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଏସମ୍ପର୍କରେ ଅଧିକ ପଢନ୍ତୁ...

ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ପାଇଁ ଲାଗୁଛି ଗହଳି
ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ପାଇଁ ଲାଗୁଛି ଗହଳି

By

Published : Jan 1, 2020, 4:34 PM IST

ଭୁବନେଶ୍ବର: କ୍ୟାଲେଣ୍ଡରର ତାରିଖ ବଦଳିବା ସହ 2019 ବର୍ଷ ବିଦାୟ ନେଇଛି । ନୂଆବର୍ଷ 2020 କୁ ଲୋକମାନେ ଖୁବ ଆନନ୍ଦ ଉଲ୍ଲାସର ସହ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ଏହି ନୂଆବର୍ଷ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବା ପାଇଁ ଭାରତୀୟ ରୀତି ନୀତି ଓ ସଂସ୍କୃତି ଅନୁସାରେ ଭଗବାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି । ସେଥିପାଇଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି।

ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ପାଇଁ ଲାଗୁଛି ଗହଳି

ମୁଖ୍ୟତଃ ରାମ ମନ୍ଦିରରେ ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ସହ ଲୋକମାନଙ୍କ ଭିଡକୁ ଦେଖି ପୂଜାର୍ଚ୍ଚନାରେ ପରିବର୍ତ୍ତନ କରାଯାଇଥିବା ମନ୍ଦିରର ପରିଚାଳକ ମହାବୀର ପ୍ରସାଦ ଶର୍ମା ପ୍ରକାଶ କରିଛନ୍ତି । ଏହି ଅବସରରେ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ସମାଜ ଓ ବିଶ୍ବର ମଙ୍ଗଳ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହାସହ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଓ ସବୁଜ ବିଶ୍ବ ପାଇଁ ନିଜ ନିଜ ସ୍ତରରେ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details