ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ପୁରା ଦମରେ ଲାଗିଛନ୍ତି ଓଡିଶା ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ହଜାର ହଜାର ସଂଖ୍ୟାରେ ଶ୍ରମିକ ଆସିବା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାକୁ ସଠିକ ଭାବେ ତୁଲାଇବା ପାଇଁ ତଥା ସବୁ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି ।
ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଦାୟିତ୍ବରେ ସୁରେଶ ମହାପାତ୍ର
ବିଭିନ୍ନ ରାଜ୍ୟରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଓଡିଆଙ୍କୁ ସୁରୁଖୁରୁରେ ଓଡିଶା ଆଣିବାକୁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...
ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଦାୟିତ୍ବରେ ସୁରେଶ ମହାପାତ୍ର
ପ୍ରବାସୀ ଓଡିଆଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେ ସମସ୍ତ କାର୍ଯ୍ୟ ତୁଲାଇବା ସହ ପ୍ରକ୍ରିୟାର ତଦାରଖ କରିବେ । ଅପରପକ୍ଷେ ଗୃହ ସଚିବ ଓ ଶ୍ରମ କମିଶନରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : May 3, 2020, 8:56 PM IST