ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Minister Niranjan Pujari ) ।
ବଜେଟ ଆଗତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik )କହିଛନ୍ତି ଏକ ପ୍ରଗତିଶୀଳ, ଗରିବ-ସମର୍ଥକ ଏବଂ ବିକାଶମୂଳକ ଆଧାରିତ ବଜେଟ। ବଜେଟ ଆକାର 2 ଲକ୍ଷ କୋଟି ଏବଂ ପ୍ରୋଗ୍ରାମ ବଜେଟ 1 ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ବଜେଟର ପ୍ରାଥମିକତା ହେଉଛି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ବିଦ୍ୟାଳୟର ପରିବର୍ତ୍ତନ, ଜୀବନ ଏବଂ ଜୀବିକା, ମହିଳା ସଶକ୍ତିକରଣ ତଥା ଭିତ୍ତିଭୂମି ବିକାଶ ସହିତ ଗୁଣାତ୍ମକ ଶିକ୍ଷା ସୃଷ୍ଟି କରିବା । ପୁଞ୍ଜି ଖର୍ଚ୍ଚ 56% ରୁ ଅଧିକ ବୃଦ୍ଧି ପାଇବ, ଯାହା ଅଭିବୃଦ୍ଧିରେ ସହାୟକ ହେବ ।