ଓଡିଶା

odisha

ETV Bharat / city

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡିଡି - ଭୁବନେଶ୍ବର ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର (ଡିଡି) ରମେଶ ଚନ୍ଦ୍ର ବେହେରା । ସେ ଦେଢ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସୁରାକ ପାଇଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର

By

Published : Sep 4, 2020, 8:13 PM IST

ଭୁବନେଶ୍ବର: ଜେଲ ଗଲେ କୋଟିପତି ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଗଲେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର

ଗୁରୁବାର ରମେଶଙ୍କ ଘର ସମେତ ୬ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ଦେଢ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସୁରାକ ପାଇଥିଲା ଭିଜିଲାନ୍ସ । ଏନେଇ ପିସି ଆକ୍ଟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର

ସୂଚନା ମୁତାବକ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଥିଲା ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଘରେ । ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସ୍ବତନ୍ତ୍ର ୱାରେଣ୍ଟ ଜରିଆରେ ୬ଟି ସ୍ଥାନରେ ରେଡ କରିଥିଲେ । ଭୁବନେଶ୍ବର ଘାଟିକିଆରେ ଥିବା ବାସଭବନ, କଟକ ପିଲିଗ୍ରିମ ରୋଡରେ ଥିବା ସମ୍ପର୍କୀୟଙ୍କ ଘରେ, ଯାଜପୁର କୋରେଇ ଥିବା ନିଜ ଘର, ସିଡିଏରେ ଥିବା ଏକ ଘର ସହ ଭୁବନେଶ୍ବର ଥିବା କାର୍ଯ୍ୟାଳୟ ଓ କଟକ କାର୍ଯ୍ୟାଳୟ ସମେତ ପଣ୍ଡିଚେରୀରେ ଥିବା ଏକ ଘରେ ମଧ୍ୟ ଚଢାଉ କରିଥିଲେ । ପରେ ୧ କୋଟି ୪୮ ଲକ୍ଷ ୫୯ ହଜାର ୪୬୬ ଟଙ୍କାର ସମ୍ପତ୍ତିର ସୁରାକ ପାଇଥିଲେ । ଯେଉଁଥିରେ ଥିଲା ୩ ବିଏଚକେ ଫ୍ଲାଟ, ଗୋଟିଏ ତିନି ମହଲା କୋଠା, ୫ଟି ପ୍ଲଟ, ଗୋଟିଏ ଆଉଟ ହାଉସ, ଗୋଟିଏ ସିଙ୍ଗଲ ରୁମ ଆପାର୍ଟମେଣ୍ଟ, ଗୋଟିଏ ଚାରିଚକିଆ ସହ ଦୁଇ ଚକିଆ, ବିଭିନ୍ନ ବ୍ଯାଙ୍କରେ ଡିପୋଜିଟ ସହ ସୁନା ଓ ରୁପା ଅଳଙ୍କାର । ତେବେ ଭିଜିଲାନ୍ସ ଟିମ୍ ଅନେକ ସମ୍ପତ୍ତିର ସୁରାକ ପାଇଥିବା ବେଳେ ଏଯାବତ ନିର୍ଦ୍ଦିଷ୍ଟ ପରିମାଣର ସମ୍ପତ୍ତି ଆକଳନ କରାଯାଇପାରିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details