ଓଡିଶା

odisha

ETV Bharat / city

ସମସ୍ତ ସ୍କୁଲରେ NCERT ବହି ବ୍ୟବହାର ବାଧ୍ୟତାମୂଳକ, ପ୍ରାଥମିକ ଶିକ୍ଷା ବିଭାଗର ଚିଠି

ଡିଇଓ ମାନଙ୍କୁ ଏନସିଇଆରଟି ବହି ବ୍ୟବହାରର କଡାକଡି ତଦାରଖ ପାଇଁ ପ୍ରାଥମିକ ଶିକ୍ଷା ବିଭାଗର ଚିଠି। ବେଆଇନ ଭାବରେ ଘରୋଇ ସ୍କୁଲ ଉଚା ଦରରେ ବହି ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା।

ସମସ୍ତ ସ୍କୁଲରେ NCERT ବହି ବ୍ୟବହାର ବାଧ୍ୟତାମୂଳକ, ପ୍ରାଥମିକ ଶିକ୍ଷା ବିଭାଗର ଚିଠି
ସମସ୍ତ ସ୍କୁଲରେ NCERT ବହି ବ୍ୟବହାର ବାଧ୍ୟତାମୂଳକ, ପ୍ରାଥମିକ ଶିକ୍ଷା ବିଭାଗର ଚିଠି

By

Published : Mar 22, 2022, 7:44 PM IST

ଭୁବନେଶ୍ବର:ଘରୋଇ ସ୍କୁଲ୍‌ଗୁଡ଼ିକୁ NCERT ବହି ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଲା ପ୍ରାଥମିକ ଶିକ୍ଷା ବିଭାଗ । ଏହାର ତଦାରଖ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ଚିଠି କରାଯାଇଛି । ଘରୋଇ ସ୍କୁଲ୍‌ ଗୁଡ଼ିକ ବେଆଇନ ଭାବେ ଭୁଲ୍‌ ବହି ପ୍ରକାଶନ କରିବା ସହ ଏହାକୁ ଚଢ଼ାଦରରେ ବିକ୍ରି କରୁଛନ୍ତି । ଏହାକୁ ନେଇ ରାଜଧାନୀରେ ଅଭିଭାବକ ମହାସଂଘ ପକ୍ଷରୁ ଆମରଣ ଅନଶନ କରାଯାଇଥିଲା ।

ସମସ୍ତ ସ୍କୁଲରେ NCERT ବହି ବ୍ୟବହାର ବାଧ୍ୟତାମୂଳକ, ପ୍ରାଥମିକ ଶିକ୍ଷା ବିଭାଗର ଚିଠି

ଅଭିଭାବକ ସଂଘ ବେଆଇନ ଭାବେ ଭୁଲ୍‌ ବହି ପ୍ରକାଶନ କରୁଥିବା ସ୍କୁଲ ଗୁଡିକର ସ୍ବୀକୃତି ପ୍ରତ୍ୟାହାର କରିବାକୁ ଦାବି କରିଛି । ତା ସହିତ ପିଲାମାନଙ୍କୁ ଅଯଥା ବସ୍ତାନି ବୋଝରୁ ମୁକ୍ତି କରିବାକୁ ମଧ୍ୟ ଦାବି କରିଛି । ଦେଶର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ NCERT ଓ ରାଜ୍ୟରେ ବିଭିନ୍ନ ଭାଷାରେ ରାଜ୍ୟ ସ୍ତରରେ SCIRT ପାଠ୍ୟକ୍ରମ ଅନୁମୋଦିତ ପାଠ୍ୟପୁସ୍ତକ ବ୍ୟବହାର କରି ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ରହିଛି । ହେଲେ ଘରୋଇ ସ୍କୁଲ୍‌ ଗୁଡ଼ିକ ଏହାର ଖୋଲାଖୋଲି ଭାବରେ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି ।

ସମସ୍ତ ସ୍କୁଲରେ NCERT ବହି ବ୍ୟବହାର ବାଧ୍ୟତାମୂଳକ, ପ୍ରାଥମିକ ଶିକ୍ଷା ବିଭାଗର ଚିଠି

ବିଶେଷ କରି ସେଣ୍ଟ୍‌ ଜୋସେଫ ସ୍କୁଲ୍‌ ଏଭଳି କାରନାମା କରୁଥିବା ଅଭିଯୋଗ ହୋଇଛି । ଘରୋଇ ସ୍କୁଲ୍‌ ଗୁଡ଼ିକ ବେଆଇନ ଭାବେ ହଜାରହଜାର କୋଟି ଟଙ୍କା ମୁନାଫା ଆଶାରେ ଏଭଳି କରୁଛନ୍ତି । ଏହି ଚକ୍ରବ୍ୟୁହ ରଚନା କରିବା ସହ ଶିକ୍ଷା ବିଭାଗର ଅସାଧୁ ଅଧିକାରୀଙ୍କ ସାଲାସୁତୁରା ଓ ଭାଗିଦାରୀରେ ବର୍ଷବର୍ଷ ଧରି ଏଭଳି ଭାବରେ ବେଆଇନ ବହି ବିକ୍ରି କରି ଚାଲିଛନ୍ତି l ଏହାଦ୍ୱାରା ଅଭିଭାବକମାନେ ଅଯଥାରେ ଆର୍ଥିକ ବୋଝ ସହୁଛନ୍ତି । ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀ ମଧ୍ୟ ଅଯଥାରେ ଅନାବଶ୍ୟକ ବସ୍ତାନି ବୋଝ ବୋହି ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି ।

ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଏଭଳି ଘରୋଇ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତା ସହିତ ଭୁଲ ଭାବେ ବହି ପ୍ରକାଶନ କରୁଥିବା ସ୍କୁଲ୍‌ଗୁଡ଼ିକ ତଦାରଖ କରିବାକୁ ଚିଠି କରାଯାଇଛି । ବେଆଇନ ବହି ବିକ୍ରି ଓ ଫିସ୍‌ ଆଦାୟ ପାଇଁ ସ୍କୁଲ୍‌ର ସ୍ୱୀକୃତି ପ୍ରତ୍ୟାହାର କାହିଁକି କରା ନ ଯିବ ସମ୍ପର୍କିତ ନୋଟିସ ଜାରି କରାଯାଇଛି।

ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ NCERT ନିୟମାନୁଯାୟୀ ପାଠପଢ଼ାକୁ ସଠିକ ଦିଗରେ କାର୍ଯ୍ୟକାରୀ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଭିଭାବକ ମହାସଂଘ ଶିକ୍ଷା ବିଭାଗ ସମ୍ମୁଖରେ ଆମରଣ ଅନଶନରେ ବସିଥିଲା । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆମରଣ ଅନଶନ ସ୍ଥଗିତ ରଖାଯାଇଛି । ଏହାକୁ ନେଇ କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details