ଓଡିଶା

odisha

By

Published : Sep 2, 2020, 5:09 PM IST

ETV Bharat / city

ୟୁଜି-ପିଜି ପରୀକ୍ଷା ଆୟୋଜନ ସମୟ ସୀମା ଅକ୍ଟୋବର 10କୁ ବୃଦ୍ଧି ନେଇ ଚିଠି

ପିଜି ଓ ୟୁଜି ଶେଷ ସେମିଷ୍ଟର ପରୀକ୍ଷା ଆୟୋଜନ ସମୟ ସୀମା ବଢ଼ାଇବାକୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ । ଏନେଇ ବିଶ୍ବବିଦ୍ୟାଳୟ ମଞ୍ଜୁରି କମିସନ (ୟୁଜିସି)କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ବତ ମିଶ୍ର ।

bbsr
ୟୁଜି-ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ହେବାକୁ ଥିବା ପିଜି ଓ ୟୁଜି ଶେଷ ସେମିଷ୍ଟର ପରୀକ୍ଷା ଆୟୋଜନ ସମୟ ସୀମା ବଢ଼ାଇବାକୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ । ଏନେଇ ବିଶ୍ବବିଦ୍ୟାଳୟ ମଞ୍ଜୁରି କମିସନ (ୟୁଜିସି) କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ବତ ମିଶ୍ର । ସେପ୍ଟେମ୍ବର 30ରୁ ଅକ୍ଟୋବର 10 ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବାକୁ ସେ ମହଲତ ମାଗିଛନ୍ତି ।

ବିଶ୍ବବିଦ୍ୟାଳୟ ମଞ୍ଜୁରି କମିସନ ୟୁଜିସିକୁ ଚିଠି

ସ୍ନାତକ ଓ ପିଜି ପରିକ୍ଷା ପାଇଁ ଆଉ ୧୦ ଦିନ ସମୟ ମାଗିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୩୦ ସୁଦ୍ଧା ସମସ୍ତ ପରିକ୍ଷା କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଥିଲା ।

ବିଶ୍ବବିଦ୍ୟାଳୟ ମଞ୍ଜୁରି କମିସନ ୟୁଜିସିକୁ ଚିଠି

ଚିଠିରେ ସେ ଦର୍ଶାଇଯାଇଛି ଯେ, ନିକଟରେ କୁଳପତି ଓ ପ୍ରିନ୍ସିପାଲମାନଙ୍କ ସହ ଆଲୋଚନା ହୋଇଥିଲା । ପରୀକ୍ଷା ପାଇଁ ପ୍ରସ୍ତୁତ ନଥିବାରୁ ୨୦ ଦିନ ସମୟ ମାଗିଥିଲେ । ସମସ୍ତ ପରୀକ୍ଷା ପ୍ରସ୍ତୁତି ଓ କୋଭିଡ ନିୟମ ପାଳନ ଆଦି ସହ ପରୀକ୍ଷା କେନ୍ଦ୍ର ସାନିଟାଇଜ୍ କରିହେବ ନାହିଁ ବୋଲି ଚିଠିରେ କୁହାଯାଇଛି ।

ଏହାସହ ସମସ୍ତ ପରୀକ୍ଷା ଗୁଡିକ ସାରିବା ପାଇଁ ଦିନକୁ ୩ଟି ସିଫ୍ଟରେ ପରୀକ୍ଷା କରିବାକୁ ପଡିବ ବୋଲି ଜଣାଯାଇଛି । ଏହିସବୁ ପ୍ରସ୍ତୁତି ଆଦି ବାବଦରେ ଉଲ୍ଲେଖ କରି ଆଉ ୧୦ ଦିନ ସମୟ ମାଗିଛନ୍ତି । ଅକ୍ଟୋବର ୧୦ ତାରିଖ ଭିତରେ ପରୀକ୍ଷା ସାରିବା ପାଇଁ ଚିଠିରେ ଜଣାଇଛନ୍ତି । ପରୀକ୍ଷା ମଝିରେ ଅତିକମରେ ଗୋଟିଏ ଦିନ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ଏହାଦ୍ବାରା ପରିକ୍ଷା ହଲ ସାନିଟାଇଜ କରାଯାଇ ପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details