ଓଡିଶା

odisha

ଋଣ ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ, ନିର୍ଦ୍ଦେଶନାମା ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର ଋଣ । ଉଚ୍ଚଶିକ୍ଷା ବିଭାଗରୁ ଟଙ୍କା ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

By

Published : Jul 1, 2021, 11:01 AM IST

Published : Jul 1, 2021, 11:01 AM IST

Updated : Jul 1, 2021, 11:13 AM IST

Department of Higher Education has issued instructions to students to repay the  study loan
ଋଣ ପୈଠ କରିବାକୁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର ଋଣ । ଉଚ୍ଚଶିକ୍ଷା ବିଭାଗରୁ ଟଙ୍କା ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ହେଲା ଛାତ୍ରଛାତ୍ରୀ ଋଣ ନେଇଥିଲେ ମଧ୍ୟ ପଇଠ କରିବାକୁ ଆଗଭର ଦେଖାଉନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଛାତ୍ରଛାତ୍ରୀ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଖୁବ ଶୀଘ୍ର ଋଣ ପଇଠ କାଟିବାକୁ ଉଚ୍ଚ ଶିକ୍ଷା ବିଭଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ୩ ମାସ ମଧ୍ୟରେ ଇ-ପେମେଣ୍ଟ ମାଧ୍ୟମରେ ବକେୟା ଋଣ ପଇଠ କରିପାରିବେ । ଯଦି କୌଣସି ଛାତ୍ରଛାତ୍ରୀ ଏଥିରେ ଖିଲାପ କରନ୍ତି । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ଚେତାବନୀ ଦେଇଛି।

ଛାତ୍ରଛାତ୍ରୀ ଋଣ ସୁଝି ନ ଥିବାରୁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଯେଉଁମାନେ ଋଣ ନେଇଥିଲେ ସେମାନେ ଅନଲାଇନ ମାଧ୍ୟମରେ ଋଣ ଦେବାକୁ କୁହାଯାଇଛି । ଅନଲାଇନ ପୋର୍ଟାଲ odishatreasury.gov.in ପରିଦର୍ଶନ କରି ଇ-ପେମେଣ୍ଟ ମାଧ୍ୟମରେ ନିଜର ଲୋନ ପୈଠ କରିପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : Jul 1, 2021, 11:13 AM IST

ABOUT THE AUTHOR

...view details