ଓଡିଶା

odisha

ETV Bharat / city

ସମ୍ଭାବ୍ୟ ବାତ୍ୟା; ଆଗୁଆ ପଦକ୍ଷେପ ପାଇଁ ବିଭାଗକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଓ ତତଜନିତ ଭୀଷଣ ବର୍ଷାର ସମ୍ଭାବନା ରହିଛି ।ଏହି ପରିପ୍ରେକ୍ଷୀରେ ମଣ୍ଡିଗୁଡ଼ିକୁ ଚାଷୀମାନେ ଆଣୁଥିବା ଧାନ ଏବଂ ତୈଳବୀଜ ଆଦିକୁ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବା ପାଇଁ ସମସ୍ତ ବନ୍ଦୋବସ୍ତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : May 20, 2021, 9:13 PM IST

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି; ଆଗୁଆ ପଦକ୍ଷେପ ନେବାକୁ ଖାଦ୍ୟଯୋଗାଣ ଓ ସମବାୟ ବିଭାଗକୁ ନିର୍ଦ୍ଦେଶ
ସମ୍ଭାବ୍ୟ ବାତ୍ୟା ପରିସ୍ଥିତି; ଆଗୁଆ ପଦକ୍ଷେପ ନେବାକୁ ଖାଦ୍ୟଯୋଗାଣ ଓ ସମବାୟ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର:ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଓ ତତଜନିତ ଭୀଷଣ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରବି ଧାନ, ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସଂପ୍ରତି ରାଜ୍ୟରେ ସୋସାଇଟି ପକ୍ଷରୁ ବିଭିନ୍ନ ମଣ୍ଡିରେ ରବି ଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ମଣ୍ଡିଗୁଡ଼ିକୁ ଚାଷୀମାନେ ଆଣୁଥିବା ଧାନ ଏବଂ ତୈଳବୀଜ ଆଦିକୁ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବା ପାଇଁ ସମସ୍ତ ବନ୍ଦୋବସ୍ତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖରିଫ ଚାଷକାର୍ଯ୍ୟ ନିମନ୍ତେ ସାର ଏବଂ ବିହନ ଯେପରି ସୁରକ୍ଷିତ ଭାବରେ ଠିକଣା ସ୍ଥାନଗୁଡ଼ିକରେ ପହଞ୍ଚିପାରିବ ସେଥ ନିମନ୍ତେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି ।
ଏତଦ୍‌ବ୍ୟତୀତ କୋଭିଡର ଦ୍ବିତୀୟ ଲହର ସ୍ଥିତିରେ ଖାଉଟିମାନଙ୍କୁ ସୁବିଧାରେ ପିଡ଼ିଏସ ସାମଗ୍ରୀ ବଣ୍ଟନର ବ୍ୟବସ୍ଥା କରିବା ପାଇଁ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରର କ୍ଷେତ୍ର ଅଧିକାରୀମାନଙ୍କୁ ବ୍ୟାପକ ସଚେତନ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନି ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details