ଓଡିଶା

odisha

By

Published : Jul 15, 2022, 10:47 PM IST

ETV Bharat / city

ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ପାରିତ

ନିର୍ମାଣ ବିଭାଗର ୮୬୭୩ କୋଟି ୨୧ ଲକ୍ଷ ୭ ହଜାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୬୯୬୬ କୋଟି ୧୩ ଲକ୍ଷ ୫୪ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ପାରିତ ହୋଇଛି । ଅଧିକ ପଢନ୍ତୁ

ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ପାରିତ
ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ବର:ବିଧାନସଭାରେ ଆଜି ଦୁଇଟି ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଛି । ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଯଥାକ୍ରମେ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରୀତି ରଞ୍ଜନ ଘଡେଇ ଖର୍ଚ୍ଚ ଦାବି ପାରିତ କରିବା ନେଇ ଗୃହରେ ଉପସ୍ଥାପନ କରିଥିଲେ । ନିର୍ମାଣ ବିଭାଗର ୮୬୭୩ କୋଟି ୨୧ ଲକ୍ଷ ୭ ହଜାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୬୯୬୬ କୋଟି ୧୩ ଲକ୍ଷ ୫୪ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ପାରିତ ହୋଇଛି ।

ନିର୍ମାଣ ବିଭାଗ ଅଧୀନରେ ଥିବା ମୋଟ୍ ୧୨୫୪୩୮୩୭ ବର୍ଗ ମିଟର ପରିମିତ କୋଠା ବାଡ଼ିର ନିର୍ମାଣ ଓ ରକ୍ଷଣା ବେକ୍ଷଣ ନିର୍ମାଣ ବିଭାଗ ଦ୍ଵାରା କରାଯାଉଛି । ୨୦୦୦ ମସିହାରୁ ୧୫୨୫୯.୬୯ କିମି ଦୈର୍ଘ୍ୟ ରାସ୍ତାକୁ ବିଭିନ୍ନ ବିଭାଗର ରାସ୍ତାକୁ ଅଣା ଯାଇଛି । ୨୦୧୮-୧୯ ରୁ ୨୦୧୯-୨୦ ଦୁଇ ବର୍ଷ ଭିତରେ ୧୨ ଟି ବୃହତ୍ ସେତୁ ନିର୍ମାଣ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୪ଟି ରିଙ୍ଗ ରୋଡ ଓ ବାଇପାସ ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ବଲାଙ୍ଗୀର ରିଙ୍ଗ ରୋଡ, କଟକ ରିଙ୍ଗ ରୋଡର ସମ୍ପ୍ରସାରଣ, ବ୍ରହ୍ମପୁର ଓ ଭୁବନେଶ୍ବର ରିଙ୍ଗ ରୋଡ ନିର୍ମାଣ ସହ ୧୯ ଟି ବାଇ ପାସ ନିର୍ମାଣ ପାଇଁ ଯୋଜନା ରହିଛି । ବ୍ଲକ୍ ହେଡ଼କ୍ୱାର୍ଟର ଓ ସହରାଞ୍ଚଳକୁ ଦୁଇ ଥାକିଆ ରାସ୍ତାରେ ସଂଯୋଗ କରଣ ପାଇଁ ଲକ୍ଷ୍ୟ ରହିଛି । ୨୦୨୨-୨୩ ରେ ୨୭ ଟି ନୂଆ ସେତୁ ନିର୍ମାଣ ଲାଗି ଲକ୍ଷ୍ୟ ରହିଛି । ନିର୍ମାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details