ଭୁବନେଶ୍ବର:ଗୁରୁବାର ରାଜଧାନୀ ଭୁବନେଶ୍ବରରେ କୁହୁଡିମୟ ହୋଇଥିବା ଦେଖିବାକୁ ମିଳିଛି । ଯାହାଦ୍ବାରା ରାଜଧାନୀରେ ଦୃଶ୍ୟମାନରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଏଭଳି କୁହୁଡି ଅଧିକ ଖରାର ସମ୍ଭାବନାକୁ ବଢାଇ ଦେଇଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।
କୁହୁଡି ଚାଦରରେ ଆଚ୍ଛାଦିତ ରାଜଧାନୀ, ଗମନାଗମନ ବାଧାପ୍ରାପ୍ତ - ଭୁବନେଶ୍ବରରେ ଗମନାଗମନ ବାଧାପ୍ରାପ୍ତ
ଗୁରୁବାର ସକାଳୁ କୁହୁଡି ଚାଦରରେ ଆଚ୍ଛାଦିତ ହେଲା ରାଜଧାନୀ ଭୁବନେଶ୍ବର । ଅଧିକ ପଢନ୍ତୁ...
କୁହୁଡି ଚାଦରରେ ଆଚ୍ଛାଦିତ ରାଜଧାନୀ, ଗମନାଗମନ ବାଧାପ୍ରାପ୍ତ
ଗୁରୁବାର ସକାଳ 8ଟା ହୋଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ବରରେ କୁହୁଡି ଚାଦରରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା । ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କୁହୁଡି ଯୋଗୁଁ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଗୁରୁବାର ସକାଳେ ହୋଇଥିବା କୁହୁଡି ଟାଣ ଖରାର ସମ୍ଭାବନାକୁ ବଢାଇ ଦେଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ