ଓଡିଶା

odisha

ETV Bharat / city

ଡରାଉଛି ଡେଙ୍ଗୁ: ଆକ୍ରାନ୍ତରେ ଖୋର୍ଦ୍ଧା ଆଗରେ, ସଚେତନ ରହିବାକୁ ପରାମର୍ଶ - dengue cases increase in khordha

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତରେ ଖୋର୍ଦ୍ଧା ଓ ଭୁବନେଶ୍ବର ମହାନଗର ସଂଖ୍ୟା ପ୍ରଥମ ରହିଛି । ତେଣୁ ଏନେଇ ସାଧାରଣଲୋକ ମଧ୍ୟ ଅଧିକ ସଚେତନ ହେବା ଆବଶ୍ୟକ ବୋଲି ବିଭାଗ ପରାମର୍ଶ ଦେଇଛି । ଅଧିକ ପଢ଼ନ୍ତୁ

ଡେଙ୍ଗୁ ଆକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ଆଗରେ, ସଚେତନ ପାଇଁ ବିଭାଗ ପକ୍ଷରୁ ପରାମର୍ଶ
ଡେଙ୍ଗୁ ଆକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ଆଗରେ, ସଚେତନ ପାଇଁ ବିଭାଗ ପକ୍ଷରୁ ପରାମର୍ଶ

By

Published : Jun 19, 2022, 4:52 PM IST

ଭୁବନେଶ୍ବର: ରାଜ୍ୟରେ ହୁହୁ ହେଇ ବଢ଼ିଚାଲିଛି ଡେଙ୍ଗୁ ମଶାର ଦୌରାତ୍ମ୍ୟ । ଏହି କ୍ରମରେ ଗତକାଲି ସୁଦ୍ଧା ରାଜ୍ୟରେ ୩୪୮୪ ଡେଙ୍ଗୁ ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୨୪ ଜଣଙ୍କ ନମୁନା ପଜେଟିଭ ଆସିଛି । ୧୭ଟି ଜିଲ୍ଲାରୁ ଡେଙ୍ଗୁ ରିପୋର୍ଟ ଆସିଥିଲେ ବି ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ।

ଡେଙ୍ଗୁ ଆକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ଆଗରେ, ସଚେତନ ପାଇଁ ବିଭାଗ ପକ୍ଷରୁ ପରାମର୍ଶ

ଖୋର୍ଦ୍ଧାରେ ୪୮ଜଣ ଡେଙ୍ଗୁ ରୋଗରେ ଚିହ୍ନଟ ହୋଇଥିବା ବେଳ କୋରାପୁଟରେ ୧୯, ମାଲକାନଗିରିରେ ୧୨, ପୁରୀରେ ୧୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର । ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁରେ ମୃତ୍ୟୁ ରିପୋର୍ଟ କିଛି ହସ୍ତଗତ ହୋଇନାହିଁ ।

ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବିଭାଗ ତରଫରୁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଛି । କିନ୍ତୁ ସାଧାରଣ ଲୋକ ମଧ୍ୟ ଅଧିକ ସଚେତନ ହେବା ଆବଶ୍ୟକ । କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details