ଭୁବନେଶ୍ବର : ଭୁବନେଶ୍ବରରେ ବ୍ୟାପୁଛି ଡେଙ୍ଗୁ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ରିପୋର୍ଟ ଆସୁଛି । ଗତବର୍ଷ ମଧ୍ୟ ଭୁବନେଶ୍ୱରରେ ଡେଙ୍ଗୁ ବ୍ୟାପିଥିଲା । ତେଣୁ ଚଳିତ ବର୍ଷ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସର୍ଭିଲାନ୍ସ ମଧ୍ୟ ଚାଲିଛି । ଖୋର୍ଦ୍ଧାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଏବଂ ଆରଏମଆରସିକୁ ମିଶାଇ ୪ଟି ସେଣ୍ଟିନାଲ ସାଇଟ ଅଛି । ଲୋକମାନେ ଏହି କେନ୍ଦ୍ର ଗୁଡ଼ିକରେ ଯାଇ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ଜନ ସ୍ବାସ୍ଥ୍ୟ ବିଭାଗ ।
କାରଣ ଏଲିସା ମେଥଡ଼ ଦ୍ୱାରା ହିଁ ସଠିକ ରିପୋର୍ଟ ମିଳିପାରିବ । ଏଡିସ ମଶା ଯୋଗୁଁ ଡେଙ୍ଗୁ ବ୍ୟାପୁଥିବାରୁ କୌଣସି ଜାଗାରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ସାରା ରାଜ୍ୟରେ ପାଖାପାଖି ୮୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।