ଭୁବନେଶ୍ବର: ସ୍ମାର୍ଟସିଟିରେ ଡେଙ୍ଗୁ ଆତଙ୍କ । ଦିନକୁ ଦିନ ଡେଙ୍ଗୁ ମେଲେରିଆର ପ୍ରଭାବ ସ୍ମାର୍ଟସିଟିରେ ବଢିବାକୁ ଲାଗିଲାଣି । ସୋମବାର ସୁଦ୍ଧା ଭୁବନେଶ୍ବରରେ ୨୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ବର୍ଷା ଦିନ ଚାଲୁଥିବାରୁ ଏଭଳି ସମସ୍ୟା ଦୁଇ ଗୁଣିତ ହେବାର ସମ୍ଭାବନା ଅଧିକ ରହିଛି ।
ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ ଭୁବନେଶ୍ବର ମହାନଗର ନିଗମର ନର୍ଥ ଜୋନ ଅନ୍ତର୍ଗତ ଶୈଳଶ୍ରୀ ବିହାର ଓ ନିଳାଦ୍ରୀ ବିହାର ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ୱାର୍ଡ ନମ୍ବର ୮ ନୀଳାଦ୍ରି ବିହାର ଅଞ୍ଚଳରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ସଚେତନତା ଉପରେ ଗୁରତ୍ବ ଦିଆଯାଇଛି। ଘଟଣା ଉପରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ନର୍ଥ ଜେଡିଶୀ ପୁରନ୍ଦର ନନ୍ଦ, ସିଟି ଅଫିସର ନଜର ରଖିଛନ୍ତି।
ସ୍ମାର୍ଟସିଟିରେ Dengue ଆତଙ୍କ, ସ୍ଥିତି ପରଖିଲା ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ ରାଜଧାନରୀ ଡେଙ୍ଗୁ ବ୍ୟାପିବାକୁ ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ଯେ ଡେଙ୍ଗୁ କାହିଁକି ବ୍ୟାପୁଛି ତାର କାରଣ ଖୋଜିବା ଆରମ୍ଭ କରିଛି ପୁରା ଟିମ। ଆଉ କେମିତି ନ ବ୍ୟାପିବ ତା ଉପରେ ଗୁରୁତ୍ବ ଦେଇଛି ବିଏମସି। ବହୁ ସ୍ଥାନୀୟ ବାସିନ୍ଦା ଘର ସାମ୍ନାରେ ଅଳିଆ ଆବର୍ଜନା ପକାଇବା, ନିଜ ହତା ଭିତରେ ଅନାବନା ଘାସ, ଗଛ ଉଠିବା ଓ ପାଣି ଜମିଥିବା ଦେଖିବାକୁ ପାଇଥିଲା ବିଏମସି ଟିମ୍ । ୨୪ ଘଣ୍ଟା ଭିତରେ ନିଜ ଘର ଚତୁପାର୍ଶ୍ବ ପରିଷ୍କାର କରିବାକୁ ଚେତାବନୀ ଦିଆଯାଇଛି । ସେହିପରି ସର୍ବସାଧାରଣ ସ୍ଥାନ ଯଥା ରାସ୍ତା, ଡ୍ରେନ ସଫା କରିବାକୁ ବିଏମସି ନିଷ୍ପତ୍ତି ନେଇଛି । ମଶା ତେଲ ସିଞ୍ଚନ କରାଯାଇଛି । କାହା ପାଖରେ ଡେଙ୍ଗୁ ଲକ୍ଷଣ ଦେଖାଗଲେ ତୁରନ୍ତ କ୍ୟାପିଟାଲ ହସପିଟାଲ, ଆରଏମଆରସିରେ ପରୀକ୍ଷା କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ସଚେତନ ପାଇଁ ସ୍ଥାନୀୟ ଲୋକଙ୍କୁ ଲିପଲେଟ ବାଣ୍ଟି ସଚେତନ କରାଯାଉଛି ।
ଡେଙ୍ଗୁ ପ୍ରତି ସତର୍କତା ଅବଲମ୍ବନ ନକଲେ ଏହା ବ୍ୟାପିବାର ସମ୍ଭାବନା ରହିଛି। ଯଦି ଡେଙ୍ଗୁ ହୋଇଥିବା ରୋଗୀଙ୍କୁ ମଶା କାମୁଡି ଅନ୍ୟ ଜଣେ ସୁସ୍ଥ ଲୋକଙ୍କୁ ସେଇ ମଶା କାମୁଡିବ ତେବେ ତାଙ୍କୁ ମଧ୍ୟ ଡେଙ୍ଗୁ ଜ୍ଵର ହେବ। ତେଣୁ ଡେଙ୍ଗୁ ଚିହ୍ନଟ ହେବା ମାତ୍ରେ ଡ଼ାକ୍ତର ଖାନାରେ ରହି ଚିକିତ୍ସିତ ହେବେ। ସବୁ ବେଳେ ମଶାରୀ ତଳେ ରହିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେଣୁ ଏଡିସ୍ ମଶା ଅଣ୍ଡା ଦେଉଥିବା ସ୍ଥାନକୁ ନଷ୍ଟ କରିବାକୁ କୁହାଯାଇଛି ।
ଭୁବନେଶ୍ବରରରୁ ସଞ୍ଜୀବ ରାୟ ଓ ଦେବସ୍ମିତା ରାଉତ,ଇଟିଭି ଭାରତ