ଭୁବନେଶ୍ବର: ଡେଙ୍ଗୁ ପ୍ରତିହତ ପାଇଁ ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଏ ଡେ । ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଡେଙ୍ଗୁ ଆତଙ୍କ । ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ଚିନ୍ତା ବଢାଇଛି । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଛି । ଏଥିରେ ଭୁବନେଶ୍ବର ମେୟର ସମେତ ୬୭ ୱାର୍ଡର କର୍ପୋରଟେର ଉପସ୍ଥିତ ଥିଲେ ।
ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ଗୁରୁବାର ଓ ରବିବାର ପାଳନ ହେବ ଡ୍ରାଏ ଡେ । ଗୁରୁବାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ବାସଭବନରେ ଡ୍ରାଏ ଡେ ପାଳନ କରାଯିବ ବୋଲି ମତ ରଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେହିପରି ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ । ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠିତ ହେବ ଗ୍ରୁପ । ପ୍ରଥମେ ସଚେତନତା ପରେ ଖିଲାପିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ଜୋରିମାନା ମଧ୍ୟ ଲାଗୁ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।