ଓଡିଶା

odisha

ETV Bharat / city

କୃଷକ ଓ କ୍ଷେତ ମୁଲିଆଙ୍କୁ ସହାୟତା ଦାବିରେ ବିକ୍ଷୋଭ - Demonstrations demanding help for farmers

କୋରୋନା ମାହାମରୀ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଉଜାଡି ଦେଇଛି । ଏହି ସମୟରେ ସେମାନଙ୍କୁ ମାସିକ 7500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ସ୍ଥାନୀୟ ସିପିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

demonstrations-demanding-help-for-farmers
କୃଷକ ଓ କ୍ଷେତ ମୁଲିଆଙ୍କୁ ସହାୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ

By

Published : Jul 10, 2020, 9:15 PM IST

ଭୁବନେଶ୍ବର: କୋରୋନା ମାହାମରୀ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଉଜାଡି ଦେଇଛି । ଲକଡାଉନ ପାଇଁ ଅନେକ କଟକଣା ଏହାକୁ ଆହୁରି ଜଟିଳ କରି ଥିବାବେଳେ ଏହାଦ୍ୱାରା ଦେଶର କୃଷକ ଓ କ୍ଷେତ ମଜଦୂରମାନେ ବହୁ ଅସୁବିଧାରେ ଜୀବନ ଯାପନ କରୁଛନ୍ତି।

କୃଷକ ଓ କ୍ଷେତ ମୁଲିଆଙ୍କୁ ସହାୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ତେବେ ଏହି ସମୟରେ ସେମାନଙ୍କୁ ମାସିକ 7500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ କ୍ଷେତ ମଜଦୂର ୟୁନିଅନ ପକ୍ଷରୁ ସ୍ଥାନୀୟ ସିପିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ଅବସରରେ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବା ପାଇଁ ମନରେଗା କାର୍ଯ୍ୟ ଦିବସ ବୃଦ୍ଧି କରିବା, ଚାଷୀଙ୍କ ଋଣ ଛାଡ କରିବା ଓ ତୈଳ ଦର ହ୍ରାସ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଏହି ପ୍ରଦର୍ଶନ ସାରା ଦେଶରେ କରା ଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ତୀବ୍ର କରାଯିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details