ଓଡିଶା

odisha

ETV Bharat / city

ପିପିଲି ଉପ-ନିର୍ବାଚନରେ ଗଣତନ୍ତ୍ରର ହତ୍ୟା ହୋଇଛି: ପିସିସି ସଭାପତି

ପିସିସି ଅଧ୍ୟକ୍ଷଙ୍କ ସାଙ୍ଘାତିକ ଅଭିଯୋଗ । ପିପିଲି ଉପ-ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ବିଜେଡି-ବିଜେପି ପ୍ରଚୁର ଅର୍ଥ ଖର୍ଚ୍ଚ କରିଛନ୍ତି । ନେତା କିଣା ବିକା ଚାଲିଛି । ଅଧିକ ପଢନ୍ତୁ...

By

Published : Oct 1, 2021, 8:09 PM IST

Niranjan Patnaik
Niranjan Patnaik

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନରେ କିଏ ମାରିବ ବାଜି ? ଶାସକ ବିଜେଡି ହାତରେ ରହିବ କି ପାରମ୍ପରିକ ପିପିଲି ସିଟ । ନା ବାଜି ମାରି ନେବ ବିଜେପି । ନା ଲୋକଙ୍କ ଆସ୍ଥା ଜିତିବ କଂଗ୍ରେସ । ଏହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

ତେବେ ଆସନ୍ତା 3 ତାରିଖ ରବିବାର ଭୋଟ ଗଣତି ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାଂଘାତିକ ଅଭିଯୋଗ । ନିରଞ୍ଜନ ଅଭିଯୋଗ କରିଛନ୍ତି ପିପିଲି ଉପ-ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ବିଜେଡି-ବିଜେପି ପ୍ରଚୁର ଅର୍ଥ ଖର୍ଚ୍ଚ କରିଛନ୍ତି । ନେତା କିଣା ବିକା ଚାଲିଛି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ନିର୍ବାଚନ ଜିତିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି । ସ୍ବଚ୍ଛ, ଅବାଧ ନିରପେକ୍ଷ ନିର୍ବାଚନ ହେଉନାହିଁ ।

ପିପିଲି ଉପ-ନିର୍ବାଚନରେ ଗଣତନ୍ତ୍ରର ହତ୍ୟା ହୋଇଛି : ପିସିସି ସଭାପତି

ସେହିପରି ନିରଞ୍ଜନ କହିଛନ୍ତି, ଆମେ ଶହେଟି ନିର୍ବାଚନ ହାରିବୁ ପଛେ ଗାନ୍ଧୀଜୀଙ୍କ ଆଦର୍ଶରୁ ଦୂରେଇ ଯିବୁ ନାହିଁ । ଆମେ ଗାନ୍ଧୀଙ୍କ ବିଚାର ଧାରା ଦଳ । ଗାନ୍ଧୀଙ୍କ ଆଦର୍ଶରେ ଦଳ ପରିଚାଳିତ । ତେଣୁ କଂଗ୍ରେସ ନିଜ ଆଦର୍ଶର ପଥଚ୍ୟୁତ ହେବ ନାହିଁ । ପିପିଲିରେ କଣ ହେବ ତାହା ଭୋଟ ଗଣତି ପରେ ଜଣାପଡିବ ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details