ଭୁବନେଶ୍ବର: ଗୋଟେ ପଟେ ସଂକ୍ରମଣ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଆଜି( ଶୁକ୍ରବାର) ଗୋଟିଏ ଦିନରେ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2273ଜଣ କୋରୋନାରେ ଆଖି ବୁଜିଲେଣି ।
ଆଜି କୋରୋନାରେ ମୃତ୍ୟୁକଙ୍କ ଭିତରେ ଅନୁଗୋଳରୁ ଜଣେ 40 ବର୍ଷୀୟ ପୁରୁଷ, 24ବର୍ଷୀୟ ଯୁବକ ଓ 73ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି । ସେହିପରି ଭୁବନେଶ୍ବରରୁ ଜଣେ 66ବର୍ଷୀୟ ପୁରୁଷ, 75ବର୍ଷୀୟ ପୁରୁଷ ଆଖି ବୁଜିଛନ୍ତି । ବଲାଙ୍ଗୀରରୁ 47 ବର୍ଷୀୟ ମହିଳା, କଟକରୁ 97ବର୍ଷୀୟ ବୃଦ୍ଧା,ବୌଦ୍ଧରୁ 50ବର୍ଷୀୟ ପୁରୁଷ, ଦେଓଗଡରୁ 59ବର୍ଷୀୟ ପୁରୁଷ,ଗଞ୍ଜାମରୁ 72ବର୍ଷୀୟ ମହିଳା, ଗଜପତିରୁ 46 ବର୍ଷୀୟ ପୁରୁଷ,କେନ୍ଦ୍ରାପଡାରୁ 59ବର୍ଷୀୟ ପୁରୁଷ ଓ ଜଣେ 65ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।