ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ ସଂକ୍ରମଣ । ତା ସହିତ କମୁନି ସଂକ୍ରମଣ । ଆଜି (ବୁଧବାର) ରାଜ୍ୟରେ 21ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2ହଜାର 378ଜଣ କୋରୋନାରେ ଆଖି ବୁଜିଛନ୍ତି ।
ଆଜିର ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ 43 ବର୍ଷୀୟ ମହିଳା ଓ ଜଣେ 77ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀରରୁ ଜଣେ 55ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ ଜଣେ 56ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ ଜଣେ 35ବର୍ଷୀୟ ପୁରୁଷ, 57ବର୍ଷୀୟ ପୁରୁଷ, 43ବର୍ଷୀୟ ପୁରୁଷ ଓ ଜଣେ 73 ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି । ସେହିପରି କୋରାପୁଟରୁ ଜଣେ 85ବର୍ଷୀୟ ପୁରୁଷଙ୍କ ସହିତ 30ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ମୟୂରଭଞ୍ଜ ଦୁଇଜଣ 41ବର୍ଷୀୟ ଓ 53ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ନୟାଗଡରୁ ଜଣେ 51ବର୍ଷୀୟ ପୁରୁଷ ଓ ନୂଆପଡାରୁ ଜଣେ 60ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀରୁ ଜଣେ 68ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ ଜଣେ 25ବର୍ଷୀୟ ଯୁବକ ଓ ଜଣେ 56ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି । ଏହା ସହିତ ସୁନ୍ଦରଗଡରୁ ଜଣେ 50ବର୍ଷୀୟ ପୁରୁଷ ଓ ଜଣେ 72ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2ହଜାର 378ଜଣ କୋରୋନାରେ ଆଖି ବୁଜିଛନ୍ତି । କୋରୋନା ଚେନ ଭାଙ୍ଗିବାକୁ ରାଜ୍ୟରେ ଲାଗୁ ହୋଇଥିବା 14 ଦିନିଆ ଲକଡାଉନରେ ଆଜି ଅନ୍ତିମ ଦିନ । ଏହା ସହ ରାଜ୍ୟରେ ଲକଡାଉନ 2 କୁ ଜୁନ ପହିଲା ଯାଏଁ ବୃଦ୍ଧି କରାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ