ଭୁବନେଶ୍ବର:ରାଜ୍ୟରେ ତଳମୁହାଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ମୃତ୍ୟୁ କମୁଛି ସତ ହେଲେ ବ୍ରେକ ଲାଗୁନାହିଁ । ପ୍ରତିଦିନ କେହି ନା କେହି ଆକ୍ରାନ୍ତଙ୍କ ଜୀବନ ନେଉଛି କୋରୋନା । ରିପୋର୍ଟ ଅନୁସାରେ ଆଜି(ରବିବାର) ରାଜ୍ୟରେ ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୫୭କୁ ବୃଦ୍ଧି ହୋଇଛି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାର ସମୁଦାୟ ମୃତ୍ୟୁସଂଖ୍ୟା ୧୫୫୧ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୮ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତ ହୋଇଛନ୍ତି ।