ଓଡିଶା

odisha

By

Published : Nov 3, 2021, 11:25 AM IST

ETV Bharat / city

ରାଜ୍ୟରେ ଆଖି ବୁଜିଲେ 3 କୋରୋନା ଆକ୍ରାନ୍ତ

ରାଜ୍ୟରେ ତଳମୁହାଁ ଦୈନିକ କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ବୁଧବାର) ରାଜ୍ୟରେ ତିନିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୪୩ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରୁ ଆଖି ବୁଜିଲେ 3 କୋରୋନା ଆକ୍ରାନ୍ତ
ରାଜ୍ୟରୁ ଆଖି ବୁଜିଲେ 3 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ମୃତ୍ୟୁ । ଆଜି(ବୁଧୁବାର) ରାଜ୍ୟରେ ତିନିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର 343 ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ମୟୂରଭଞ୍ଜ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରୁ ଏଯାବତ ୧୫୪୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୮୪ ଓ ନୂଆପଡାରୁ ୮୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ରାଜ୍ୟରେ ମୃତ୍ୟୁସଂଖ୍ୟା କ୍ରମଶଃ ହ୍ରାସ ପାଇଛି ହେଲେ ପଜିଟିଭ ସଂଖ୍ୟା କମବୃଦ୍ଧି ଜାରି ରହିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି 322 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 42 ଜଣ 18 ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 42 ହଜାର 422ରେ ପହଞ୍ଚିଛି । ଶୀତ ଋତୁରେ ସଂକ୍ରମଣ ବଢିବା ଆଶଙ୍କା ରହିଛି ତେଣୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details