ଭୁବନେଶ୍ବର:ରାଜ୍ୟରେ ତଳମୁହାଁ କୋରୋନାଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ସୋମବାର) ରାଜ୍ୟରେ ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୩୬କୁ ବୃଦ୍ଧି ହୋଇଛି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ, ବାଲେଶ୍ବର ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଅନୁଗୋଳରେ ସମୁଦାୟ ମୃତ୍ୟୁସଂଖ୍ୟା ୩୯୪, ବାଲେଶ୍ବରରେ ୯୯୫ ହୋଇଥିବାବେଳେ ଗଞ୍ଜାମ ୪୭୮ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୧ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।