ଓଡିଶା

odisha

ETV Bharat / city

ଦିନକରେ ରାଜ୍ୟରୁ ସର୍ବାଧିକ 32ଜଣଙ୍କ ଜୀବନ ନେଲା କୋରୋନା

ଆଜି(ସୋମବାର) ରାଜ୍ୟରେ 32ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଭୁବନେଶ୍ବର ଓ ଗଞ୍ଜାମ ଓ ଝାରସୁଗୁଡାରୁ ଚାରିଜଣ ଲେଖାଏଁ କୋରୋନା ରୋଗୀଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ସର୍ବାଧିକ 32ଜଣଙ୍କ ଜୀବନ ନେଲା କିଲର କୋରୋନା
ସର୍ବାଧିକ 32ଜଣଙ୍କ ଜୀବନ ନେଲା କିଲର କୋରୋନା

By

Published : May 24, 2021, 11:02 AM IST

ଭୁବନେଶ୍ବର:ରାଜ୍ୟରେ ନାଁ କମୁଛି ସଂକ୍ରମଣ ନାଁ କମୁଛି ମୃତ୍ୟୁସଂଖ୍ୟା । ଆଜି(ସୋମବାର) ରାଜ୍ୟରେ 32ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଭୁବନେଶ୍ବର ଓ ଗଞ୍ଜାମ ଓ ଝାରସୁଗୁଡାରୁ ଚାରିଜଣ ଲେଖାଏଁ କୋରୋନା ରୋଗୀଙ୍କ ଜୀବନ ନେଇଛି ମହାମାରୀ ।

ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ 45ବର୍ଷୀୟ ପୁରୁଷ,ଜଣେ 80ବର୍ଷୀୟ ବୃଦ୍ଧ ଓ ଜଣେ 45ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀରରୁ ଜଣେ 37ବର୍ଷୀୟ ମହିଳାଙ୍କର ଜୀବନ ଯାଇଛି । ସେହିପରି ଭୁବନେଶ୍ବରରୁ ଜଣେ 85ବର୍ଷୀୟ ବୃଦ୍ଧା, ଜଣେ 56ବର୍ଷୀୟ ପୁରୁଷ, ଜଣେ 38ବର୍ଷୀୟ ପୁରୁଷ ଓ 67ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ଜଣେ 53ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଗଞ୍ଜାମରୁ ଜଣେ 40ବର୍ଷୀୟ ପୁରୁଷ, ଜଣେ 58ବର୍ଷୀୟ ପୁରୁଷ,ଜଣେ 50ବର୍ଷୀୟ ମହିଳା ଓ ଜଣେ 30ବର୍ଷୀୟ ମହିଳା ଆଖି ବୁଜିଥିବାବେଳେ ଝାରସୁଗୁଡାରୁ ଜଣେ 35ବର୍ଷୀୟ ପୁରୁଷ, 53ବର୍ଷୀୟ ପୁରୁଷ,ଜଣେ 48ବର୍ଷୀୟ ପୁରୁଷ ଓ ଜଣେ 35ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେପଟେ କଳାହାଣ୍ଡିରୁ ଜଣେ 42ବର୍ଷୀୟ ପୁରୁଷ,ଜଣେ 50ବର୍ଷୀୟ ପୁରୁଷ ଓ ଜଣେ 41ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଥିବାବେଳେ କେନ୍ଦୁଝରରୁ ଜଣେ 69ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ଖୋର୍ଦ୍ଧାରୁ ଜଣେ 35ବର୍ଷୀୟ ପୁରୁଷ ଓ ଜଣେ 45ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ ଜଣେ 37ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ପୁରୀରୁ ଜଣେ 68ବର୍ଷୀୟ ପୁରୁଷ ଓ ଜଣେ 37ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ ଜଣେ 49ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି । ସେହି ପରି ସୁନ୍ଦରଗଡରୁ 29ବର୍ଷୀୟ ଯୁବକ,ଜଣେ 53ବର୍ଷୀୟ ପୁରୁଷ ଓ ଜଣେ 66ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2516 ଜଣଙ୍କ ଜୀବନ ନେଲାଣି କୋରୋନା ।

ABOUT THE AUTHOR

...view details