ଓଡିଶା

odisha

ETV Bharat / city

ଦିନକରେ ଆଉ 63 ଜୀବନ ନେଲା ମହାମାରୀ - କୋଭିଡ

ଆଜି(ସୋମବାର) ରାଜ୍ୟରେ ଆଉ 63 ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 4662କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଦିନକରେ ଆଉ 63 ଜୀବନ ନେଲା ମହାମାରୀ
ଦିନକରେ ଆଉ 63 ଜୀବନ ନେଲା ମହାମାରୀ

By

Published : Jul 12, 2021, 9:40 AM IST

ଭୁବନେଶ୍ବର:ରାଜ୍ୟରେ ଖସୁଛି ସଂକ୍ରମଣ ବଢୁଛି ମୃତ୍ୟୁସଂଖ୍ୟା । ଆଜି(ସୋମବାର) ରାଜ୍ୟରେ ଆଉ 63 ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 4662କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ, ବଲାଙ୍ଗୀର, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ 2ଜଣ, ବରଗଡରୁ 7ଜଣ, ଭୁବନେଶ୍ବରରୁ 9ଜଣ, ବୌଦ୍ଧରୁ 3ଜଣ, ଢେଙ୍କାନାଳରୁ 4ଜଣ, ଗଞ୍ଜାମରୁ 5ଜଣ, ଜଗତସିଂହପୁରରୁ 2ଜଣ, ଯାଜପୁରରୁ 3ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି କେନ୍ଦ୍ରାପଡାରୁ 4ଜଣ, କେନ୍ଦୁଝରରୁ 2ଜଣ, ଖୋର୍ଦ୍ଧାରୁ 4ଜଣ, ମୟୂରଭଞ୍ଜରୁ 6ଜଣ, ନୟାଗଡରୁ 3ଜଣ, ପୁରୀରୁ 5ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details