ଭୁବନେଶ୍ବର:ରାଜ୍ୟରେ ଥମୁନି କୋରୋନାଜନିତ ମୃତ୍ୟୁ ସଂଖ୍ୟା । ଆଜି(ଗୁରୁବାର) ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ କୋରୋନା ଜନିତ ମୃତ୍ୟୁସଂଖ୍ୟା ୬,୬୯୭କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୮ଜଣଙ୍କ ଜୀବନ ଯାଇଥିବା ବେଳେ ଖୋର୍ଦ୍ଧାରୁ ୧୧ଜଣ, ସମ୍ବଲପୁରରୁ ୯ଜଣ, ଯାଜପୁରରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାବାଦ କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ସୋନପୁର, ଢେଙ୍କାନାଳରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ବାଲେଶ୍ବର, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।