ଭୁବନେଶ୍ବର: ରାଜ୍ୟରେ ପୁଣି ବିଗିଡିବାରେ ଲାଗିଲାଣି କୋରୋନା ସ୍ଥିତି । ଗୋଟିଏ ପଟେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢୁଛି । ଆଜି (ଗୁରୁବାର) ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩ଜଣ ରୋଗୀଙ୍କ ଜୀବନ ଯାଇଥିବାବେଳେ କଟକ,ଭଦ୍ରକ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୨୬କୁ ବୃଦ୍ଧି ପାଇଥିବା ବେଳେ କଟକରେ ୫୧୫, ଭଦ୍ରକରେ ୧୪୫ ଓ ଯାଜପୁରରେ ୧୭୦ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୭୪ରେ ପହଞ୍ଚିଛି ।