ଓଡିଶା

odisha

By

Published : Sep 20, 2021, 10:52 AM IST

ETV Bharat / city

State Corona Death Report; ଦିନକରେ ଗଲା ଆଉ ୬ ଜୀବନ

ଆଜି(ସୋମବାର) ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା 8141କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

State Corona Death Report; ଦିନକରେ ଗଲା ଆଉ ୬ ଜୀବନ
State Corona Death Report; ଦିନକରେ ଗଲା ଆଉ ୬ ଜୀବନ

ଭୁବନେଶ୍ବର:ଗତ କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଲଗାତାର କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୧୦ ତଳେ ରହୁଛି । ଯାହା ରାଜ୍ୟବାସୀଙ୍କ ପାଇଁ ଗୋଟିଏ ଭଲ ଖବର । ଆଜି(ସୋମବାର) ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବର, ବୌଦ୍ଧ, କଟକ, ନୟାଗଡରୁ ଜଣେ ଲେଖାଁଏଙ୍କ ମୃତ୍ୟୁ ଘଟିଥିବା ବେଳେ ସୁବର୍ଣ୍ଣପୁରରୁ ୨ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା 8141 କୁ ବୃଦ୍ଧି ହୋଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେଥି ମଧ୍ୟରୁ ୭୯ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୭୫୪ରେ ପହଞ୍ଚିଛି । ସଂକ୍ରମଣ କମିଛି ଓ ମୃତ୍ୟୁସଂଖ୍ୟାରେ ବି ହ୍ରାସ ହୋଇଛି । ହେଲେ ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details