ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ରବିବାର) ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । କିଛି ଦିନ ହେବ ୧୦ତଳେ ରହିଛି ଦୈନିକ ମୃତ୍ୟୁସଂଖ୍ୟା ।
ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ଓ ପୁରୀରୁ ୨ ଜଣ ଲେଖାଏଁ ରୋଗୀଙ୍କ ଜୀବନ ଯାଇଥିବାବେଳେ କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୮,୦୯୮କୁ ବୃଦ୍ଧି ହୋଇଛି । ରାଜ୍ୟରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁହାର ତଳମୁହାଁ ରହିଛି ।