ଭୁବନେଶ୍ବର:କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ଲଗାତାର ଦୁଇଦିନ ହେବ ମୃତ୍ୟୁସଂଖ୍ୟା ତଳମୁହାଁ ରହିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ଶୁକ୍ରବାର) ରାଜ୍ୟରେ ୭ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।
ଆଜିର ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ଜଣ,ବାଲେଶ୍ବର ଓ କଟକ, ଢେଙ୍କନାଳ, ପୁରୀ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ମୃତକ ଜଣକ ୬ବର୍ଷର ଶିଶୁକନ୍ୟା ହୋଇଥିବା ଜଣାପଡିଛି । ଦୈନିକ ଚିହ୍ନଟ ମୃତ୍ୟୁ ଧାରାରେ ବ୍ରେକ ଲାଗିଛି । ଯାହା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮୦୩୫କୁ ବୃଦ୍ଧି ହୋଇଛି ।