ଓଡିଶା

odisha

By

Published : May 13, 2021, 11:06 AM IST

ETV Bharat / city

ବଢୁଛି ମୃତ୍ୟୁସଂଖ୍ୟା, ବଢୁଛି ଭୟ; ଦିନକରେ ରାଜ୍ୟରେ 19 ମୃତ

ଆଜି ଗୋଟିଏ ଦିନରେ 19ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

କୋରୋନା କୋପ
କୋରୋନା କୋପ

ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେଉଛି କୋରୋନା । ସଂକ୍ରମଣ ସହିତ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ଗୋଟିଏ ଦିନରେ 19ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ହୋଇଥିବାବେଳେ ବାଲେଶ୍ବରରୁ ଜଣେ ପୁରୁଷ ଓ ବରଗଡକୁ ଜଣେ ପୁରୁଷଙ୍କ ଜୀବନ ନେଇଛି କୋରୋନା । ସେହିପରି ଭୁବନେଶ୍ବରରୁ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବଲଙ୍ଗୀରରୁ ଜଣେ ମହିଳା ଓ ବୌଦ୍ଧରୁ ଜଣେ ପୁରୁଷ ଓ ଗଞ୍ଜାମକୁ ଜଣେ ପୁରୁଷଙ୍କ ଜୀବନ ଯାଇଛି ।

ଅନ୍ୟପଟେ ଗଞ୍ଜାମରୁ ଜଣେ ପୁରୁଷ,ଜଗତସିଂହପୁରରୁ ଜଣେ ପୁରୁଷ,କଳାହାଣ୍ଡିରୁ ଜଣେ ପୁରୁଷ ଓ ମାଲକାନଗିରିରୁ ଜଣେ ମହିଳା କୋରୋନାରେ ଆଖି ବୁଜିଛନ୍ତି । ସେହିପରି ନୂଆପଡା,ପୁରୀ ଓ ରାୟଗଡାରୁ ଜଣେ ଲେଖାଏଁ କୋଭିଡ ପଜିଟିଭିଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏହା ସହିତ ସୁନ୍ଦରଗଡରୁ ଜଣେ ମହିଳାଙ୍କ ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2251ଜଣ କୋରୋନାରେ ଆଖି ବୁଜି ସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details