ଭୁବନେଶ୍ବର:ରାଜ୍ୟରେ ତଳମୁହାଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ଶନିବାର) ରାଜ୍ୟରେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୨୯କୁ ବୃଦ୍ଧି ହୋଇଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଜଣେ, କଟକ ଓ ନୟାଗଡରୁ ଜଣେ ଲେଖାଏଁଙ୍କ ଜୀବନ ନେଇଛି ମହାମାରୀ ।
ଅନୁଗୋଳ,ବାଲେଶ୍ବର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୫୪୦ ହୋଇଥିବାବେଳେ କଟକରେ ୮୫୩ ଓ ନୟାଗଡରେ ୨୧୦ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେ ୩୭୪ କୋରୋନା ଆକ୍ରାନ୍ତ । ସେଥି ମଧ୍ୟରୁ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।