ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ଆଜି(ମଙ୍ଗଳବାର) ଦିନକରେ ରାଜ୍ୟରେ 42 ଜୀବନ ନେଇଛି କିଲର କୋରୋନା ।
ଆଜିର ମୃତକଙ୍କ ଭିତରେ ବାଲେଶ୍ବରରୁ 31ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରୁ 65ବର୍ଷୀୟ ମହିଳା,ଜଣେ 60ବର୍ଷୀୟ ମହିଳା ଓ 61ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀରରୁ 66ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ 32ବର୍ଷୀୟ ମହିଳା, 38ବର୍ଷୀୟ ମହିଳା ଓ ଜଣେ 77ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 64ବର୍ଷୀୟ ମହିଳା, 83ବର୍ଷୀୟ ପୁରୁଷ, 48ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଦେବଗଡରୁ ଜଣେ 57ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ ଜଣେ 60ବର୍ଷୀୟ ପୁରୁଷ ଓ 42ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 78ବର୍ଷୀୟ ପୁରୁଷ ଓ ଜଣେ 55ବର୍ଷୀୟ ମହିଳା,ଜଣେ 70ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 45ବର୍ଷୀୟ ପୁରୁଷ ଓ 55ବର୍ଷୀୟ ପୁରୁଷ, 54ବର୍ଷୀୟ ପୁରୁଷ ଜଣେ 99ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।