ଭୁବନେଶ୍ବର:ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟା କମୁନାହିଁ । ରାଜ୍ୟରେ ଆଜି(ରବିବାର) ପୁଣି ଆଉ 42ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧା,କଟକ ଓ ଅନୁଗୋଳରୁ ସର୍ବାଧିକ 4ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ ଜଣେ 70ବର୍ଷୀୟ ପୁରୁଷ, 44ବର୍ଷୀୟ ମହିଳା ,ଜଣେ 85 ବର୍ଷୀୟ ପୁରୁଷ ଓ 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ ଜଣେ 60ବର୍ଷୀୟ ମହିଳା ଓ ଜଣେ 35ବର୍ଷୀୟ ପୁରୁଷ ଓ ଜଣେ 36 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡରରୁ ଜଣେ 59ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣେ 52ବର୍ଷୀୟ ମହିଳା, ଜଣେ 67ବର୍ଷୀୟ ପୁରୁଷ, ଜଣେ 62ବର୍ଷୀୟ ପୁରୁଷ ଓ ଜଣେ 60ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଛି । ସେହିପରି କଟକରୁ ଜଣେ 56, 45 ଓ 74ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଦେଓଗଡରର ଜଣେ 64ବର୍ଷୀୟ, ଦୁଇଜଣ 65ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେପଟେ ଗଜପତିରୁ ଜଣେ 70ବର୍ଷୀୟ ପୁରୁଷ ଯାଜପୁରରୁ ଜଣେ 83ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 65ବର୍ଷୀୟ ମହିଳା ଓ ଜଣେ 47ବର୍ଷୀୟ ପୁରୁଷ ଓ ଜଣେ 38ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଛି ।