ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ଆଜି(ବୁଧବାର) ଦିନକରେ ରାଜ୍ୟରେ ପୁଣି 43 ଜୀବନ ନେଇଛି କିଲର କୋରୋନା ।
ଆଜି ମୃତକଙ୍କ ଭିତରେ ଅନୁଗୋଳରୁ 75ବର୍ଷୀୟ ପୁରୁଷ, ଜଣେ 60ବର୍ଷୀୟ ମହିଳା, 70ବର୍ଷୀୟ ପୁରୁଷ ଓ ଜଣେ 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବାଳେଶ୍ବରରରୁ 33ବର୍ଷୀୟ ପୁରୁଷ,ବରଗଡରୁ 55 ବର୍ଷୀୟ ପୁରୁଷ, 60ବର୍ଷୀୟ ପୁରୁଷ ଓ ଜଣେ 80ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗୀରରୁ 60ବର୍ଷୀୟ ପୁରୁଷ ଓ 47ବର୍ଷୀୟ ପୁରୁଷ ଓ ଜଣେ 61ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 32ବର୍ଷୀୟ ପୁରୁଷ, ଜଣେ 60ବର୍ଷୀୟ ମହିଳା ଓ ଜଣେ 34ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଭୁବନେଶ୍ବରରୁ 82 ବର୍ଷୀୟ ପୁରୁଷ ଜଣେ 86ବର୍ଷୀୟ ପୁରୁଷ,ଜଣେ 43ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଥିବାବେଳେ କଟକରୁ ଜଣେ 51ବର୍ଷୀୟ ପୁରୁଷ,46ବର୍ଷୀୟ ପୁରୁଷ,59ବର୍ଷୀୟ ପୁରୁଷ ଓ ଜଣେ 55ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ ଜଣେ 36ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।