ଭୁବନେଶ୍ବର:ଦୈନିକ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଆଜି ରାଜ୍ୟରେ ଆଉ 46 ଜୀବନ ନେଲା ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 6ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟସଂଖ୍ୟା 3717କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରେ ବରଗଡରୁ ଦୁଇଜଣେ 55ବର୍ଷୀୟ ପୁରୁଷ, 32ବର୍ଷୀୟ ପୁରୁଷ ଜଣେ 35ବର୍ଷୀୟ ପୁରୁଷ. 40ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 40ବର୍ଷୀୟ ପୁରୁଷ,35ବର୍ଷୀୟ ପୁରୁଷ, 57ବର୍ଷୀୟ ପୁରୁଷ, 80ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମରୁ ଜଣେ 33 ବର୍ଷୀୟ ପୁରୁଷ, 54ବର୍ଷୀୟ ପୁରୁଷ ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ ଜଣେ 30ବର୍ଷୀୟ ମହିଳା, 60ବର୍ଷୀୟ ପୁରୁଷ, 88ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 30ବର୍ଷୀୟ ପୁରୁଷ, 34ବର୍ଷୀୟ ପୁରୁଷ ଓ 45ବର୍ଷୀୟ ମହିଳା, 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 52ବର୍ଷୀୟ ପୁରୁଷ,54ବର୍ଷୟ ମହିଳା, 58ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ 70ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଛି ।