ଭୁବନେଶ୍ବର:ରାଜ୍ୟରେ କମିବାର ନାଁ ନେଉନାହିଁ ମୃତ୍ୟୁସଂଖ୍ୟା । ପ୍ରତିଦିନ 40 ଉପରେ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ ଆଉ 44ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା 3761କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ 39ବର୍ଷୀୟ ପୁରୁଷ, 63 ବର୍ଷୀୟ ପୁରୁଷ, 22ବର୍ଷୀୟ ପୁରୁଷ, 26ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବରଗଡରୁ 38ବର୍ଷୀୟ ପୁରୁଷ, 60ବର୍ଷୀୟ ମହିଳା, 40ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷ, 68ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକରୁ 39 ବର୍ଷୀୟ ମହିଳା, ଭୁବନେଶ୍ବରରୁ 40 ବର୍ଷୀୟ ପୁରୁଷ, 58 ବର୍ଷୀୟ ପୁରୁଷ, 23ବର୍ଷୀୟ ପୁରୁଷ, 33 ବର୍ଷୀୟ ମହିଳା, 81ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 26ବର୍ଷୀୟ ପୁରୁଷ,କଟକରୁ 75ବର୍ଷୀୟ ପୁରୁଷ, 59ବର୍ଷୀୟ ମହିଳା,65ବର୍ଷୀୟ ପୁରୁଷ,52 ବର୍ଷୀୟ ମହିଳା,40ବର୍ଷୀୟ ପୁରୁଷଙ୍କର ମତ୍ୟୁ ହୋଇଛି ।