ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ଖସିବା ସହ କମୁଛି ମୃତ୍ୟୁ ସଂଖ୍ୟା । ଗତ କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଲଗାତାର କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୧୦ ତଳେ ରହୁଛି । ଆଜି(ରବିବାର) ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ, କେନ୍ଦୁଝର,କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା 8175କୁ ବୃଦ୍ଧି ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୯୬ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।