ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ କୋରୋନା ମୃତ୍ୟ । ଅର୍ଦ୍ଧଶତକ ପାର କରିଛି ମୃତ୍ୟୁସଂଖ୍ୟା । ଆଜି(ମଙ୍ଗଳବାର) ରାଜ୍ୟରେ ପୁଣି ଆଉ 51ଜୀବନ ନେଲା ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 9ଜଣଙ୍କ ଜୀବନ ଯାଇଥିବାବେଳେ ସମୁଦାୟ 700 ଛୁଇଁଲାଣି ମୃତ୍ୟୁସଂଖ୍ୟା ।
ଆଜିର ମୃତକଙ୍କୁ ମଧ୍ୟରୁ ବରଗଡରୁ 50ବର୍ଷୀୟ ପୁରୁଷ, 82ବର୍ଷୀୟ ପୁରୁଷ, 58ବର୍ଷୀୟ ପୁରୁଷ, 57ବର୍ଷୀୟ ମହିଳା, ଭୁବନେଶ୍ବରରୁ 53ବର୍ଷୀୟ ପୁରୁଷ, 71ବର୍ଷୀୟ ପୁରୁଷ, 60ବର୍ଷୀୟ ପୁରୁଷ, 54ବର୍ଷୀୟ ପୁରୁଷ,ଭଦ୍ରକରୁ 49ବର୍ଷୀୟ ମହିଳା, 72ବର୍ଷୀୟ ମହିଳା, କଟକରୁ 45ବର୍ଷୀୟ ପୁରୁଷ, 66ବର୍ଷୀୟ ପୁରୁଷ, 40ବର୍ଷୀୟ ପୁରୁଷ, ଦେବଗଡରୁ 65ବର୍ଷୀୟ ମହିଳା, 66ବର୍ଷୀୟ ପୁରୁଷ, ଢେଙ୍କାନାଳରୁ 43ବର୍ଷୀୟ ପୁରୁଷ, 50ବର୍ଷୀୟ ମହିଳା, 54ବର୍ଷୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 55ବର୍ଷୀୟ ପୁରୁଷ, 30ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 93ବର୍ଷୀୟ ପୁରୁଷ 57ବର୍ଷୀୟ ପୁରୁଷ, ଯାଜପୁରରୁ 52ବର୍ଷୀୟ ପୁରୁଷ, 57ବର୍ଷୀୟ ପୁରୁଷ, 42ବର୍ଷୀୟ ମହିଳାଙ୍କର ଜୀବନ ଯାଇଥିଲାବେଳେ କେନ୍ଦ୍ରାପଡାରୁ 52ବର୍ଷୀୟ ମହିଳା, କନ୍ଦମାଳରୁ 13 ବର୍ଷୀୟ ନାବାଳକ, କେନ୍ଦୁଝରରୁ 65ବର୍ଷୀୟ ପୁରୁଷ ମହାମାରୀରେ ଆଖି ବୁଜିଛନ୍ତି ।