ଓଡିଶା

odisha

ETV Bharat / city

କୋରୋନାରେ ରାଜ୍ଯରୁ ଆଖି ବୁଜିଲେ ଆଉ 8 ଜଣ

ରାଜ୍ୟରେ ତଳମୁହାଁ ହୋଇଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ 8 ଜଣ
ଆଖି ବୁଜିଲେ ଆଉ 8 ଜଣ

By

Published : Sep 9, 2021, 10:45 AM IST

ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ଗୁରୁବାର) ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଦୁଇ ଦିନ ଧରି ମୃତ୍ୟୁସଂଖ୍ୟା ୮ରେ ସୀମିତ ରହିଛି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ୩ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହା ସହିତ ଅନୁଗୋଳ ଜିଲ୍ଲାରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୩କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧାରେ ୧,୪୭୪, ମୟୂରଭଞ୍ଜରେ ୨୭୩, ଯାଜପୁରରେ ୧୫୮ ଓ ନବରଙ୍ଗପୁରରେ ୭୫ରେ ପହଞ୍ଚିଛି । ଆଜିର ମୃତ୍ୟୁ ରିପୋର୍ଟକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୮,୦୭୮କୁ ବୃଦ୍ଧି ହୋଇଛି ।

୨୪ ଘଣ୍ଟାରେ 771ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ୧୮ ବର୍ଷରୁ କମ୍ ରହିଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୯ ହଜାର ୧୬୫ଜଣ ସୁସ୍ଥ ହୋଇସାରିଛନ୍ତି । ୭ ହଜାର ୪୨ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣ କମିଛି ଓ ମୃତ୍ୟୁସଂଖ୍ୟା ବି ହ୍ରାସ ହୋଇଛି । ହେଲେ ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏ ନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details