ଭୁବନେଶ୍ବର:ଦିନକୁ ସଂକ୍ରମଣ ସାଙ୍ଗକୁ ବୃଦ୍ଧି ପାଉଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରେ 14ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା 20047ରେ ପହଞ୍ଚିଛି ।
ଭୁବନେଶ୍ବରରୁ ଦୁଇଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ଜଣେ 74ବର୍ଷୀୟ ବୃଦ୍ଧା ଓ 52 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗଞ୍ଜାମରୁ ଜଣେ 78ବର୍ଷୀୟ ବୃଦ୍ଧା ଆଖି ବୁଜିଛନ୍ତି । କଳାହାଣ୍ଡିରୁ ଜଣେ 60ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କୋରୋପୁଟରୁ ଜଣେ 52ବର୍ଷୀୟ ଓ ଜଣେ 56ବର୍ଷୀୟ ବ୍ୟକ୍ତିଙ୍କର ଜୀବନ ଯାଇଛି ।