ଓଡିଶା

odisha

By

Published : Jun 25, 2021, 3:05 PM IST

ETV Bharat / city

ଜିମ୍‌ ଖୋଲିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ଆସୋସିଏସନ

ରାଜ୍ୟରେ ଜିମ୍ ଖୋଲିବାକୁ ଦାବି । ଅଧିକ ପଢନ୍ତୁ....

ଜିମ୍ ଖୋଲିବାକୁ ସରକାରଙ୍କ ନିକଟରେ ଦାବି
ଜିମ୍ ଖୋଲିବାକୁ ସରକାରଙ୍କ ନିକଟରେ ଦାବି

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଏବେ ଜାରି ରହିଛି ଲକଡାଉନ । ତେବେ ଏହି ସମୟରେ ଦୋକାନ ବଜାର ଗୁଡିକୁ କିଛି ସମୟ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ସଭା, ସମିତି, ହୋଟେଲ, ବାର, ଜିମ୍ ଆଦି ବନ୍ଦ ରହିଛି ।

ଜିମ୍ ଖୋଲିବାକୁ ସରକାରଙ୍କ ନିକଟରେ ଦାବି

ତେବେ ଦୀର୍ଘ ଦିନ ଧରି ଜିମ୍ ଗୁଡିକ ବନ୍ଦ ଥିବାରୁ ଜିମ୍ ଗୁଡିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ଜିମ୍ ଗୁଡିକୁ ଆର୍ଥିକ ସହାୟତା ଦେବା ସହ ଜିମ ପୁଣି ଖୋଲିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ଓଡିଶା ଜିମ୍ ଆସୋସିଏସନ ।

ଜିମ୍ ଖୋଲିବାକୁ ସରକାରଙ୍କ ନିକଟରେ ଦାବି

ଏଥିସହ ବିଦ୍ୟୁତ୍ ସେବା ଓ ଘର ଭଡା ଜିମ୍ ଗୁଡିକ ପାଇଁ କୋହଳ କରିବା ସହ ଜିମ୍ ଟ୍ରେନର ମାନଙ୍କୁ କିଛି ସହାୟତା ଯୋଗାଇବାକୁ ମଧ୍ୟ ଦାବି ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details