ଭୁବନେଶ୍ବର:ଔଷଧ ଦୋକାନୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି । ଦାବି ପୂରଣ ନହେଲେ ଔଷଧ ଦୋକାନରେ ପଡିବ ତାଲା । କୋରୋନା ସମୟରେ ରାଜ୍ୟରେ ସମସ୍ତ ଔଷଧ ଦୋକାନ ଖୋଲା ରହିଥିବାବେଳେ ଏମାନଙ୍କୁ କୋରୋନା ଯୋଦ୍ଧା ଭାବରେ ମାନ୍ୟତା ଦେବାକୁ ଦାବି କରିଛି ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ମହାସଂଘ ।
କୋରୋନା ମହାମାରୀ ସମସ୍ତ ପାଇଁ ଏକ ଭୟଙ୍କର ମହାମାରୀ । ଏହି ସମୟରେ ସବୁଆଡେ ସମସ୍ତ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବାବେଳେ କେବଳ ଔଷଧ ଦୋକାନୀମାନେ 24 ଘଣ୍ଟିଆ ବ୍ୟବସାୟ କରୁଛନ୍ତି । ଅନେକ ପଜିଟିଭ ଲୋକଙ୍କ ସହ ସଂସ୍ପର୍ଶରେ ମଧ୍ୟ ଆସୁଛନ୍ତି । ଅନେକ ଔଷଧ ଦୋକାନୀ ମଧ୍ୟ ପଜିଟିଭ ହେଲେଣି । ଦୋକାନରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଭୟରେ ଆସୁନାହାଁନ୍ତି । ତେବେ ଏହି ସମୟରେ ଔଷଧ ବ୍ୟବସାୟୀଙ୍କ କୋରୋନା ଯୋଦ୍ଧା ଭାବେ ଦାବି କରିବା ସହ 7 ଦିନ ମଧ୍ୟରେ ସରକାରୀ ଦାବି ପୂରଣ ନକଲେ ଆଗାମୀ ଦିନରେ ସଂସ୍ଥା ଔଷଧ ଦୋକାନ ବନ୍ଦ କରାଯିବ ।