ଓଡିଶା

odisha

ETV Bharat / city

ନେତାଜୀ ଜୟନ୍ତୀକୁ ‘ଦେଶପ୍ରେମ ଦିବସ’ ଦାବିରେ ମଶାଲ ଶୋଭାଯାତ୍ରା - ମଶାଲ ଶୋଭାଯାତ୍ରା

ନେତାଜୀ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବେ ନାମିତ କରିବାକୁ ଦାବି । ନେତାଜୀ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବେ ନାମିତ କରିବା ଦାବିରେ ମଶାଲ ଶୋଭାଯାତ୍ରା । ଅଧିକ ପଢନ୍ତୁ...

Demanding that Netaji Jayanti be declared a day of patriotism
ନେତାଜୀ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବେ ନାମିତ କରିବାକୁ ଦାବି

By

Published : Jan 22, 2021, 10:16 PM IST

ଭୁବନେଶ୍ବର: ଜାନୁଆରୀ 23 (ଆସନ୍ତାକାଲି) ହେଉଛି ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଦେଶକୁ ସ୍ବାଧୀନତା ଆଣିବାରେ ତାଙ୍କର ଭୂମିକା ଥିଲା ବେଶ ଗୁରୁତ୍ବପୂର୍ଣ୍ଣ । ଦେଶ ସ୍ବାଧୀନତା ପ୍ରାପ୍ତିର 73 ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ତାହା କୈଣସି କେନ୍ଦ୍ର ସରକାର କରି ନାହାଁନ୍ତି। ଏପରିକି ତାଙ୍କ ମୃତ୍ୟୁ ସାରା ବିଶ୍ବ ପାଇଁ ରହସ୍ୟ ହୋଇ ରହିଥିବାବେଳେ ଏହାର ଉନ୍ମୋଚନ କରିବା ଦିଗରେ କୌଣସି ସରକାର ଆଗ୍ରହ ପ୍ରକାଶ କରୁ ନଥିବା ଦେଖାଯାଇଛି।

ନେତାଜୀ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବେ ନାମିତ କରିବାକୁ ଦାବି

କମିଶନ ପରେ କମିଶନ ବସାଇ ଓ ତାଙ୍କ ନାମକୁ ଆୟୁଧ କରି ବିଭିନ୍ନ ସମୟରେ ସରକାରମାନେ କେବଳ ନିଜର ରାଜନୈତିକ ସ୍ବାର୍ଥ ହାସଲ କରିବାରେ ଲାଗିଛନ୍ତି। ତାଙ୍କ ନାମରେ ଦେଶ ରାଜଧାନୀ ଦିଲ୍ଲୀରେ ମ୍ୟୁଜିୟମ କରିବାକୁ ଦୀର୍ଘ 6 ବର୍ଷ ତଳେ ସରକାର ଘୋଷଣା କରିଥିଲେ । ଯାହାର ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକର ରାଜ୍ୟ ପ୍ରମୁଖ ଜ୍ୟୋତି ରଞ୍ଜନ ମହାପାତ୍ର ।

ଏଭଳି ମହାନ ନେତାଙ୍କ ଜୀବନୀରେ ହଜାର ହଜାର ଲକ୍ଷ ଲକ୍ଷ ଯୁବ ବର୍ଗ ଅନୁପ୍ରାଣିତ ହେଉଥିବା ତାଙ୍କ ଜନ୍ମଦିବସକୁ ଦେଶ ପ୍ରେମ ଦିବସ ଭାବେ ଘୋଷଣା କରାଯିବାକୁ ଦାବି କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମିକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details